ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ଓ୍ଵାର୍ଣ୍ଣରଙ୍କ ପରେ ହ୍ୟାଣ୍ଡସ୍କମ ଆଉଟ, ଅଷ୍ଟ୍ରେଲିଆ ୪/୧୩୨

ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ଟସ୍‌ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ଭାରତ କରିବ ବୋଲିଂ

ନାଗପୁର: ଭାରତର ୪ର୍ଥ ଶିକାର ହୋଇଛନ୍ତି ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡସ୍କମ(୧୩)। ସେ ଅକ୍ଷର ପଟେଲଙ୍କ ବଲକୁ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇ ପାଭଲିୟନକୁ ଫେରିଆସିଛନ୍ତି। ପୂର୍ବରୁ ଓପନର ଡାଭିଡ଼ ଓ୍ଵାର୍ଣ୍ଣର(୫୩) ରନ୍‌ ସଂଗ୍ରହ କରିବା ପରେ ଅକ୍ଷରଙ୍କ ବଲରେ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଓ୍ଵିକେଟ ଭାବରେ ଅରୁଣ ଫିଞ୍ଚ(୩୨)କୁ ହରାଇଥିଲା। ଫିଞ୍ଚ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଯଶପ୍ରିତ ବୁମରାକୁ ଦେଇଥିଲେ। ଅଧିନୟକ ଷ୍ଟିଭ ସ୍ମିଥ(୧୬) କେଦାର ଜାଧବଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।

ମହାରାଷ୍ଟ୍ରର ନାଗପୁର ବିଦର୍ଭ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୮ ଓଭର ପରିସମାପ୍ତି ପରେ ୧୩୨ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ମାର୍କ ଷ୍ଟୋନିସ ଓ ତ୍ରାଭିସ ହେଡ଼ ବ୍ୟାଟିଂ ଜାରି ରଖିଛନ୍ତି।

-ଶୃଙ୍ଖଳାରେ ୩-୧ଆଗରେ ଥିବା ଭାରତ ଯଦି ଶେଷ ଦିନିକିଆରେ ବିଜୟୀ ହୁଏ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ୪-୧ ଇତିହାସ ରଚିବ।
-ଏହି ଶୃଙ୍ଖଳା ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୭ଥର ୫ କିମ୍ବା ତା’ଠାରୁ ଅଧିକ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଭାରତ ୨ଥର ଅଷ୍ଟ୍ରେଲିଆ ଟିମ୍‌କୁ ୩-୨ରେ ପରାସ୍ତ କରିଛି।
-ଟିମ୍‌ ଇଣ୍ଡିଆ ୫ରୁ ଅଧିକ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ୨ଥର ହରାଇଛି। ଉଭୟ ଭାରତ ମାଟିରେ ହିଁ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଭାରତ ୧୯୮୬ ଓ ୨୦୧୩ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।
-ଶେଷ ଦିନିକିଆରେ ବିଜୟୀ ହୋଇ ଭାରତ, ଗତବର୍ଷ ଅଷ୍ଟ୍ରେଲିଆ ଠାରୁ ହାରିଥିବା ପ୍ରତିଶୋଧ ନେଇପାରେ।

ଦ୍ୱିତୀୟ ଥର ନମ୍ବର-୧ ହେବାର ସୁଯୋଗ
-ଶେଷ ଦିନିକିଆରେ ବିଜୟୀ ହୋଇ ଭାରତୀୟ ଟିମ୍‌ ପୁଣିଥରେ ଏକ ନମ୍ବର ହେବାକୁ ଚେଷ୍ଟା କରିବ।
-ସେପ୍ଟେମ୍ବର ୨୪ରେ ଇନ୍ଦୋର ଦିନିକିଆରେ ବିଜୟୀ ହୋଇ ଭାରତୀୟ ଟିମ ଦିନିିକିଆରେ ସୂଚିରେ ଏକ ନମ୍ବର ହୋଇଥିଲା। କିନ୍ତୁ ୪ର୍ଥ ଦିନିକିଆରେ ପରାସ୍ତ ହେବା ପରେ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe