ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ବିଗବିଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

ଅଷ୍ଟ୍ରେଲିଆକୁ ଭାରତ ଚମତ୍କାର ଭାବେ ୨୯୫ ରନରେ ପରାସ୍ତ କରିଥିଲା। ଭାରତର ଏହି ବିଜୟକୁ ନେଇ ଭାରତବାସୀ ଖୁବ ଉତ୍ସାହିତ ଥିବା ବେଳେ  ବିଗ ବି ତାଙ୍କ ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଅଦ୍ୟତନ ହୋଇଛି
951be24e-0569-4c44-bca5-b5464a25c349

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବନାମ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୫ରୁ ପର୍ଥର ପର୍ଥ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଥିଲା। 

ଗତସୋମବାର ପର୍ଥର ଅପ୍ଟସ ଷ୍ଟାଡିୟମରେ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭାରତ ଚମତ୍କାର ଭାବେ ୨୯୫ ରନରେ ପରାସ୍ତ କରିଥିଲା। ଭାରତର ଏହି ବିଜୟକୁ ନେଇ ଭାରତବାସୀ ଖୁବ ଉତ୍ସାହିତ ଥିବା ବେଳେ  ବିଗ ବି ତାଙ୍କ ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଅଭିନେତା ତଥା କ୍ରିକେଟ୍ ପ୍ରେମୀ ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ମ୍ୟାଚ୍ ବିଷୟରେ ନିଜର ମତ ରଖି କହିଛନ୍ତି,‘ ମ୍ୟାଚ୍ ସମୟରେ 'ପକ୍ଷପାତୀ ମନ୍ତବ୍ୟ'  ସତ୍ତ୍ୱେ ଅଷ୍ଟ୍ରେଲିଆକୁ କ୍ରିକେଟରେ ଭାରତ ହରାଇ ଦେଇଛି।

ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇଂନିସରେ ମାତ୍ର ୧୫୦ ରନ କରି ଅଲଆଉଟ୍‌ ହୋଇଯାଇଥିଲେ ମେନ ଇନ ବ୍ଲୁ । କିନ୍ତୁ ଦ୍ୱିତୀୟ ଇଂନିସରେ ଭାରତ ସତର୍କ ହୋଇଯାଇଥିଲା  ।

ଓପନିଂ ଯୋଡି ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍ଥିତିକୁ ମଜଭୁତ କରିଥିବା ବେଳେ, ବିରାଟ କୋହଲି ଶତକ ହାସଲ କରିଥିଲେ । 

ପ୍ରଥମ ଇନିଂସରେ ୪୬ ରନରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ୪୮୭ ରନ ବଡ଼ ସ୍କୋର କରିଥିଲା । ଫଳରେ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ବିଶାଳ ଟାର୍ଗେଟ ରହିଥିଲା । ଭାରତୀୟ ବୋଲର ୨୩୮ ରନ୍‌ରେ ଅଷ୍ଟ୍ରେଲିଆକୁ ସିମିତ ରଖିଥିଲେ । ଫଳରେ ୨୯୫ ରନର୍‌ ଐତିହାସିକ ବିଜୟ ହାସଲ କରି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଟିମ ଇଣ୍ଡିଆ ଆଗୁଆ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe