ଆଡିଲେଡ୍‌ କିମ୍ବା ବ୍ରିସବନ୍‌ରୁ ଭାରତର ଅଷ୍ଟ୍ରେଲିଆ ଶୃଙ୍ଖଳା, କୋହଲି ବାହିନୀକୁ ମିଳିବନି ସଙ୍ଗରୋଧ ରିହାତି

ଆଡିଲେଡ୍‌ କିମ୍ବା ବ୍ରିସବନ୍‌ରୁ ଭାରତର ଅଷ୍ଟ୍ରେଲିଆ ଶୃଙ୍ଖଳା, କୋହଲି ବାହିନୀକୁ ମିଳିବନି ସଙ୍ଗରୋଧ ରିହାତି

ମେଲବର୍ନ: ଭାରତୀୟ କ୍ରିକେଟ୍ ଦଳର ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତ ପର୍ଥ ବଦଳରେ ଆଡିଲେଡ୍ କିମ୍ବା ବ୍ରିସ୍‌ବନ୍ ଟେଷ୍ଟ୍‌ରୁ ଆରମ୍ଭ ହେବ। ସଙ୍ଗରୋଧ ନିୟମାବଳୀରେ କୋହଳ କରିବାକୁ ପଶ୍ଚିମ ଅଷ୍ଟ୍ରେଲିଆ ସରକାର ଅକ୍ଷମତା ପ୍ରକାଶ କରିବାରୁ ପର୍ଥରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ସମ୍ଭାବନା ମଉଳିଯାଇଛି। ମିଳିଥିବା ସୂଚନା ଅନୁସାରେ ଆଡିଲେଡ୍ ଓଭାଲ ପଛକୁ ପଛ ଦୁଇଟି ଟେଷ୍ଟ୍ ଆ‌‌‌‌ୟୋଜନ କରିବା ଯୋଜନାରେ ରହିଛି। ଭିକ୍ଟୋରିଆରେ କୋଭିଡ-୧୯ ମହାମାରୀର ପ୍ରକୋପ ବଢ଼ିଥିବାରୁ ଐତିହାସିକ ମେଲବର୍ନ ପଡ଼ିଆ ଉପଲବ୍‌ଧ ନ ହେଲେ ବକ୍ସିଂ ଡେ’ର ଦିବାରାତ୍ର ଟେଷ୍ଟ୍ ମଧ୍ୟ ଆଡିଲେଡ୍‌ରେ ଖେଳାଯିବ। ବିପଦପୂର୍ଣ୍ଣ ଓଭରସିଜ୍‌ ଅଞ୍ଚଳରୁ ଦଳକୁ ଆଣି ସଙ୍ଗରୋଧ ସୀମା ବାହାରେ ଅଭ୍ୟାସ କରି ଅନ୍ୟ ଏକ ରାଜ୍ୟକୁ ଭ୍ରମଣ କରିବା ଗ୍ରହଣୀୟ ହୋଇନପାରେ ବୋଲି ପଶ୍ଚିମ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାର୍କ ମ୍ୟାକଗାୱାନ ପ୍ରକାଶ କରିଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଜନା ଅନୁସାରେ ଭାରତୀୟ ଦଳ ପର୍ଥରୁ ପ୍ରବେଶ କରିବାର ଥିଲା। ସେହିଭଳି ଇଂଲଣ୍ଡରେ ଥିବା ଅଷ୍ଟ୍ରେଲିଆ ଦଳ ମଧ୍ୟ ପର୍ଥରେ ପହଞ୍ଚି ସଙ୍ଗରୋଧ ନିୟମକୁ ଅନୁସରଣ କରିଥାନ୍ତା। ପଶ୍ଚିମ ଅଷ୍ଟ୍ରେଲିଆ ସରକାରଙ୍କ କଠୋର ହୋଟେଲ୍‌ ସଙ୍ଗରୋଧ ନିୟମ ଏବଂ ଅନ୍ତର୍ଜାତୀୟ ଭ୍ରମଣକାରୀଙ୍କ ପାଇଁ ଥିବା କଡ଼ା ବିଧି ଏବେ କ୍ରିକେଟ୍ ଅଷ୍ଟ୍ରେଲିଆର ଯୋଜନାକୁ ପଣ୍ଡ କରି ଦେଇଛି। ସଙ୍ଗରୋଧ ସମୟରେ ଜୈବ ସୁରକ୍ଷା ବଳୟ ଭିତରେ ଅଭ୍ୟାସ ଲାଗି ଭାରତୀୟ ଖେଳାଳିଙ୍କୁ ଅନୁମତି ଦେବାକୁ ବିସିସିଆଇ ଅନୁରୋଧ କରିଥିଲେ ମଧ୍ୟ ଏହା ସମ୍ଭବ ହେବା ସ୍ଥିତିରେ ନାହିଁ। ଭାରତର ଅଷ୍ଟ୍ରେଲିଆ ଗସ୍ତ ପ୍ରଥମେ ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବାର ଯୋଜନା ମଧ୍ୟ ରହିଛି। ପୂର୍ବ ଘୋଷିତ ଖେଳସୂଚୀରେ ପରିବର୍ତନ କରି ଏହା ପରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe