ଏସିଆନ ଗେମ୍‌ସରେ ପ୍ରଥମ ଥର ପାଇଁ ସ୍ଥାନ ପାଇଲା ତାସ ଖେଳ : ତାସ ଖେଳରେ ଦୁଇ ଭାରତୀୟ ହାସଲ କଲେ ସ୍ୱର୍ଣ୍ଣ ପଦକ!

ଏସିଆନ ଗେମ୍‌ସରେ ପ୍ରଥମ ଥର ପାଇଁ ସ୍ଥାନ ପାଇଲା ତାସ ଖେଳ : ତାସ ଖେଳରେ ଦୁଇ ଭାରତୀୟ ହାସଲ କଲେ ସ୍ୱର୍ଣ୍ଣ ପଦକ!

ଓଡିଶାରେ ତାସ ଖେଳର ଚାହିଦା ବେଶ୍‌ ଅଧିକ। କେବଳ ଓଡିଶା ନୁହେଁ ସାରା ଭାରତରେ ତାସ ଖେଳ ବେଶ୍‌ ଲେକପ୍ରିୟ ହୋଇପାରିଛି । ଲୋକମାନେ ତାସରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି। ସେଥି ମଧ୍ୟରୁ ମାଗ, ତିନ ପତି, ନାଟିସ ଏବଂ ଟ୍ଵଣ୍ଟି ନାଇନ୍‌ ଭଳି ଖେଳ ଖେଳାଯାଇଥାଏ। ପ୍ରତିଟି ଶ୍ରେଣୀର ଲୋକ ଏହି ଖେଳିଥାଏ। ସେ ଗଛ ତଳେ ହେଉ ଅବା ରାସ୍ତା କଡରେ ହେଉ ସବୁଆଡେ ଏହି ଖେଳ ଖେଳାଯାଇଥାଏ। କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏହି ଖେଳକୁ ପ୍ରଥମଥର ପାଇଁ ଏବେ ଏସିଆନ ଗେମ୍‌ସରେ ସ୍ଥାନ ଦିଆଯାଇଛି। କେବଳ ସେତିକି ନୁହେଁ ଭାରତର ଦୁଇଜଣ ବ୍ୟକ୍ତି ଏସିଆନ ଗେମ୍‌ସରେ ତାସ ଖେଳରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି।

publive-image

ସୂଚନା ମୁତାବକ, ଭାରତର ଦୁଇଜଣ ବ୍ୟକ୍ତି ପ୍ରଣବ ବର୍ଧନ(୬୦) ଏବଂ ଶିବନାଥ(୫୬) ଏସିଆନ ଗେମ୍‌ସରେ ତାସ ଖେଳରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଦୁଇଜଣ ଯେଉଁ ତାସ ଖେଳରେ ଭାଗ ନେଇଥିଲେ ସେହି ଖେଳକୁ ବ୍ରିଜ୍‌ କୁହାଯାଏ। ସବୁଠାରୁ ବଡ କଥା ହେଉଛି ପ୍ରଣବ ଏବଂ ସିବନାଥଙ୍କ ଯୋଡିକୁ ଛାଡିଦେଲେ ଭାରତର ଆଉ ଦୁଇ ଯୋଡି ମଧ୍ୟ ଏସିଆନ ଗେମ୍‌ସରେ ଭାଗ ନେଇଥିଲେ। କିନ୍ତୁ ଏହି ପ୍ରତିଯୋଗୀତାରେ ଏହି ଦୁଇ ଯୋଡିଙ୍କୁ ୩୩୩ ପଏଣ୍ଟ ମିଳିଥିଲା ଏବଂ ଏହି ଯୋଡି ୫ମ ନମ୍ବରରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe