ମହିଳା ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଭାରତ, ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ

Advertisment
ମହିଳା ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଭାରତ, ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ

photo-twitter

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ବକପ୍‌ରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରି ତୃତୀୟ ବିଜୟ ହାସଲ କରିଛି । ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍ ମ୍ୟାଚ୍ ହାମିଲଟନ୍ ସ୍ଥିତ ସେଡନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା | ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି | ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବାଂଲାଦେଶ ସମ୍ମୁଖରେ ୨୩୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଏହାର ଜବାବ ଦେବାକୁ ଯାଇ ବାଂଲାଦେଶ ୪୦.୩ ଓଭରରେ ମାତ୍ର ୧୧୯ ରନ୍ ସଂଗ୍ରହ କରିପାରିଥିଲା | ବାଂଲାଦେଶ ପାଇଁ ଏହା କର ବା ମର ମ୍ୟାଚ ଥିଲା | ଯଦିଓ ବାଂଲାଦେଶ ଦଳ ଆଉ ଦୁଇଟି ମ୍ୟାଚ୍ ଖେଳିବ, କିନ୍ତୁ ବର୍ତ୍ତମାନ ଦଳ ସେମିଫାଇନାଲରେ ଆଉ ପ୍ରବେଶ କରିପାରିବ ନାହିଁ |

ଭାରତ ପାଇଁ ମଧ୍ୟ ଏହି ମ୍ୟାଚ୍‌ କର ବା ମର ସଦୃଶ ଥିଲା | ଏହି ମ୍ୟାଚ୍‌ ଜିତିଥିବାରୁ ଭାରତର ‌ସେମିଫାଇନାଲ୍‌ ଖେଳିବା ଆଶା ଉଜ୍ଜୀବିତ ରହିଛି । ଗତ ଦୁଇ ମ୍ୟାଚ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆଠୁ ହାରି ଯାଇଥିଲା ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ‌ସ୍କୋର କରିବା ସତ୍ତ୍ବେ ବୋଲରଙ୍କ ପ୍ରଭାବହୀନ ବୋଲିଂ ପାଇଁ ପରାଜୟର ମୁହଁ ଦେଖିଥିଲା।

ସୂଚନା ଥାଉ କି ଏହି ମ୍ୟାଚରେ ଭାରତୀୟ ଟିମର ସ୍ମୃତି ମନ୍ଧାନା ୩୦ ରନ୍ ଆଉଟ ହୋଇଥିବାବେଳେ ଶେଫାଲୀ ବର୍ମା ୪୨ ରନ କରିବା ପରେ ପାଭିଲିୟନକୁ ଫେରିଥିଲେ। ପ୍ରଥମ ୱିକେଟ୍ ପାଇଁ ଉଭୟ ୭୪ ରନ୍ ଭାଗିଦାରୀ କରିଥିଲେ, କିନ୍ତୁ ଚାରିଟି ବଲ୍ ମଧ୍ୟରେ ଉଭୟ ପାଭିଲିୟନକୁ ଫେରିଥିଲେ | ଏହା ପରେ ଅଧିନାୟକ ମିତାଲି ରାଜ ମଧ୍ୟ ଆଉଟ ହୋଇଯାଇଥିଲେ | ଭାରତ ୭ ଟି ୱିକେଟ୍ ହରାଇ ଭାରତ ୫୦ ଓଭରରେ ୨୨୯ ରନ୍ ସଂଗ୍ରହ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe