ଚତୁଃରାଷ୍ଟ୍ରୀୟ ବାଳିକା ହକି, କାନାଡାକୁ ହରାଇଲା ଭାରତ

ଚତୁଃରାଷ୍ଟ୍ରୀୟ ବାଳିକା ହକି, କାନାଡାକୁ ହରାଇଲା ଭାରତ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ୍‌): ଓଡ଼ିଆ ଝିଅ ମାରିଆନା କୁଜୁର ଓ ଶର୍ମିଳା ଦେବୀଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଭାରତ ଏଠାରେ ବୁଧବାର ଖେଳିଥିବା ଏକ ମ୍ୟାଚ୍‌କୁ ଜିତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ଏକପାଖିଆ ଭାବେ ୨-୦ରେ କାନାଡାକୁ ପରାସ୍ତ କରିଛି। ଆରମ୍ଭରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଯାହା ଫଳରେ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ପରବର୍ତୀ ଦୁଇ କ୍ବାର୍ଟରରେ ଭାରତ ଗୋଟିଏ ଲେଖାଏଁ ଗୋଲ୍‌ ଲଦି ଦେଇଥିଲା। ତୃତୀୟ କ୍ବାର୍ଟରରେ ଶର୍ମିଳା ଦେବୀ ଏବଂ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ମାରିଆନା ‌ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ।

ଆୟର୍ଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଆସନ୍ତାକାଲି କାଣ୍ଟର ଫିଜ୍‌ଗେରାଲ୍‌ହ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଆନ୍ତର୍ଜାତିକ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଏହି ପ୍ରତିଯୋଗିତାରେ ଆୟୋଜକ ଆୟର୍ଲାଣ୍ଡ୍‌ ଓ ସ୍କଟ୍‌ଲାଣ୍ଡ୍‌ ଅନ୍ୟ ଦୁଇ ଦଳ ଭାବେ ସାମିଲ ଅଛନ୍ତି। ଜୁନ୍‌ ୪ ତାରିଖରେ ଏହି ପ୍ରତିଯୋଗିତା ଶେଷ ହେବ। ଏହାପରେ ଜୁନ୍‌ ୬ ତାରିଖରେ ଆୟର୍ଲାଣ୍ଡ୍‌ ବରିଷ୍ଠ ଦଳ ସହ ଏକ ମ୍ୟାଚ୍‌ ଖେଳି ଭାରତୀୟ ବାଳିକା ଗସ୍ତ ଶେଷ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe