୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ବାର୍ଟରରେ ଭାରତ: ଆୟର୍ଲାଣ୍ଡକୁ ୧୭୪ ରନ୍‌ରେ ହରାଇଲା

Advertisment
୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ବାର୍ଟରରେ ଭାରତ: ଆୟର୍ଲାଣ୍ଡକୁ ୧୭୪ ରନ୍‌ରେ ହରାଇଲା

Zee News

ତାରୁବା (ତ୍ରିନିଦାଦ): ଅଧିନାୟକ ୟାଶ୍‌ ଧୂଲ୍‌ଙ୍କ ସମେତ ୬ ଜଣ ଖେଳାଳି କୋଭିଡ୍ ପଜିଟିଭ୍ ହୋଇ ସଙ୍ଗରୋଧରେ ରହିବା ସତ୍ତ୍ବେ ବୁଧବାର ବିଳମ୍ବିତ ରାତିରେ ଖେଳିଥିବା ମହତ୍ବପୂର୍ଣ୍ଣ ମୁକାବିଲାରେ ଆୟର୍ଲାଣ୍ଡକୁ ୧୭୪ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରି ଭାରତ ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବ୍ରାଏନ ଲାରା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା‌ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା। ଦୁଇ ଓପନର ହର୍ଣ୍ଣୁର ସିଂହ (୮୮) ଓ ଅଙ୍ଗକ୍ରିଶ୍ ରଘୁବଂଶୀ (୭୯) ପ୍ରଥମ ୱିକେଟ୍‌ରେ ୧୬୪ ରନ୍ ଯୋଡ଼ିଥିଲେ। ଏହା ପରେ ରାଜ ବାୱାଙ୍କ ୪୨, ଅଧିନାୟକ ନିଶାନ୍ତ ସିନ୍ଧୁଙ୍କ ୩୬ ଏବଂ କୁଶାଲ ତମ୍ବେଙ୍କ ଅପରାଜିତ ୩୯ ରନ୍ ବଳରେ ଭାରତ ଏହି ବିଶାଳ ସ୍କୋର କରି ନେଇଥିଲା। ଜବାବରେ ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂର ସମ୍ମୁଖୀନ ହୋଇ ନପାରି ଆୟର୍ଲାଣ୍ଡ ୩୯ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରିପାରିଥିଲା। ଗ୍ରୁପ୍ ବି’ରେ ସ୍ଥାନ ପାଇଥିବା ଭାରତ ତା’ର ଶେଷ ମ୍ୟାଚ୍‌ରେ ଶନିବାର ଉଗାଣ୍ଡାକୁ ଭେଟିବ। ବୁଧବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ସ୍କଟ୍‌ଲାଣ୍ଡକୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe