ଦକ୍ଷିଣ କୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଫାଇନାଲରେ ଭାରତ

ଦକ୍ଷିଣ କୋରିଆକୁ ହରାଇ ଭାରତୀୟ ହକି ଦଳ ଏସୀୟ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଭାରତର ମୁକାବିଲା ଚୀନ ସହ ହେବ । 

hockey ind

ବେଜିଂ : ଅଲିମ୍ପିକ୍ସ ୨୦୨୪ର କାଂସ୍ୟ ପଦକ ବିଜେତା ଭାରତୀୟ ହକି ଦଳ ନିଜର ଉନ୍ନତ ପ୍ରଦର୍ଶନ ବଜାୟ ରଖି ଏସୀୟ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଅଲିମ୍ପିକ୍ସ ପରେ ପ୍ରଥମ ଇଭେଣ୍ଟ ଖେଳୁଥିବା ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୧୬ ତାରିଖ (ସୋମବାର) ଅନୁଷ୍ଠିତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ଫଳରେ ବର୍ତ୍ତମାନର ଚାମ୍ପିୟନ ଟିମ୍ ଇଣ୍ଡିଆ ପଞ୍ଚମ ଟାଇଟଲ ନିକଟତର ହୋଇଛି। ଫାଇନାଲରେ ଭାରତର ମୁକାବିଲା ଚୀନ ସହ ହେବ । 

ଟିମ୍ ଇଣ୍ଡିଆର ଆଜିର ବିଜୟର ତାରକା ହେଲେ ଅଧିନାୟକ ହରମନପ୍ରୀତ ସିଂହ, ଯିଏ କି ଦୁଇଟି ଗୋଲ ସ୍କୋର କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଟାଇଟଲ ପାଇଁ ଟିମ୍ ଇଣ୍ଡିଆ ଏବେ ଆୟୋଜକ ଚୀନକୁ ଭେଟିବ।
ଚାଇନାର ହୁଲୁନାବୀରଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଦିନରୁ ଦମଦାର ପ୍ରଦର୍ଶନ କରିଥିଲା, ଯାହା ସେମିଫାଇନାଲ ପର୍ଯ୍ୟନ୍ତ ଚାଲିଥିଲା। ଲିଗ୍ ପର୍ଯ୍ୟାୟର ସମସ୍ତ ୫ଟି ଯାକ ମ୍ୟାଚ୍ ଜିତିବା ପରେ କୋଚ୍ କ୍ରେଗ୍ ଫୁଲଟନଙ୍କ ଦଳ ସହଜରେ ଷଷ୍ଠ ମ୍ୟାଚରେ କୋରିଆକୁ ମଧ୍ୟ ଜିତି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe