ନ୍ୟୁଜିଲାଣ୍ଡରେ ୨୪ ବର୍ଷ ପରେ ଭାରତୀୟ ମହିଳା ଟିମ୍‌ ଜିତିଲା ଶୃଙ୍ଖଳା, ମନ୍ଧାନା-ମିତାଲିଙ୍କ ଅର୍ଦ୍ଧଶତକ, ଝୁଲନଙ୍କୁ ୩ ଓ୍ଵିକେଟ

Advertisment
ନ୍ୟୁଜିଲାଣ୍ଡରେ ୨୪ ବର୍ଷ ପରେ ଭାରତୀୟ ମହିଳା ଟିମ୍‌ ଜିତିଲା ଶୃଙ୍ଖଳା, ମନ୍ଧାନା-ମିତାଲିଙ୍କ ଅର୍ଦ୍ଧଶତକ, ଝୁଲନଙ୍କୁ ୩ ଓ୍ଵିକେଟ

ମାଉଣ୍ଟ ମାଉଁଗାନୁଇ (ନ୍ୟୁଜିଲାଣ୍ଡ): ଭାରତୀୟ ପୁରୁଷ ଟିମ୍‌ ଭଳି ମହିଳା କ୍ରିକେଟ ଟିମ୍‌ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ବଡ଼ ସଫଳତା ହାସଲ କରିଛି। ମହିଳା ଟିମ୍‌ ୨୪ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଶୃଙ୍ଖଳା ଜିତିଛି। ନ୍ୟୁଜିଲାଣ୍ଡକୁ ମଙ୍ଗଳବାର ଭାରତୀୟ ଟିମ୍‌ ୮ ଓ୍ଵିକେଟରେ ପରାସ୍ତ କରି କ୍ରମାଗତ ୨ୟ ମ୍ୟାଚ ଜିତିଛନ୍ତି। ପୂର୍ବରୁ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡକୁ ୧୬୧ ରନରେ ହରାଇଥିଲା। ପୁଣି ୩୫.୨ ଓଭରରେ ୨ଓ୍ଵିକେଟ ହରାଇ ୧୬୬ ରନ କରି ମ୍ୟାଚ ଜିତିଛି। ଭାରତ ପାଇଁ ସ୍ମୃତି ମନ୍ଧାନା ୯୦ ରନ୍‌ (୮୩ ବଲ, ୧୩ ଚୌକା ଓ ଗୋଟିଏ ଛକା)ର ଭାଗିଦାରୀ ହୋଇ ପାରିଥିଲେ। ମନ୍ଧାନା ପ୍ରଥମ ଦିନିକିଆରେ ମଧ୍ୟ ଶତକ ହାସଲ କରିଥିଲେ। ଦଳର ଉପ-ଅଧିନାୟିକା ମିତାଲି ରାଜ (୬୩ ରନ, ୧୧୧ ବଲ, ୪ ଚୌକା, ୨ ଛକା) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂ କ୍ଷେତ୍ରରେ ଝୁଲନ ଗୋସ୍ୱାମୀ ଭଲ ବୋଲିଂ କରି ୩ ଓ୍ଵିକେଟ ନେଇଥିଲେ। ଶେଷ ଦିନିକିଆ ଫେବ୍ରୁଆରି ୧ରେ ହାମିଲଟନ୍‌ର ସେଡାନ ପାର୍କରେ ଖେଳାଯିବ।

publive-image

ଭାରତୀୟ ମହିଳା କ୍ରିକେଟ ଟିମ ମଙ୍ଗଳବାର ବେ-ଓଭାଲ ଷ୍ଟାଡିୟମରେ ୨ୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୧୬୧ ରନ୍‌ରେ ଅଲ ଆଉଟ କରିଛି। ଆୟୋଜକ ଟିମ ୪୪.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇଥିଲା। ଭାରତୀୟ ଟିମ ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲା। ଭାରତର ଓପନର ଜେମିମାହ ରୋଡ୍ରିଗେଜ ଖାତା ନଖୋଲି ଆଉଟ ହୋଇଥିଲେ। ତୃତୀୟ କ୍ରମରେ ବ୍ୟାଟିଂ କରିଥିବା ଦୀପ୍ତି ଶର୍ମା କେବଳ ୮ ରନ କରି ପାଭଲିଅନ ଫେରିଥିଲେ। ସ୍କୋର ୧୫ ରନ ଥିବା ବେଳେ ଭାରତ ୨ୟ ଓ୍ଵିକେଟ ହରାଇଥିଲା।

ଭାରତ ପାଇଁ ଝୁଲନ ଗୋସ୍ୱାମୀଙ୍କ ବ୍ୟତୀତ ଦୀପ୍ତି ଶର୍ମା ଓ ପୁନମ ମଧ୍ୟ ଭଲ ବୋଲିଂ କରିଛନ୍ତି। ଝୁଲନ ୩ ଓ୍ଵିକେଟ ନେଇଥିବା ବେଳେ ଦୀପ୍ତି ଓ ପୁନମ ୨-୨ ଓ୍ଵିକେଟ ନେଇଛନ୍ତି। ଶିଖା ପାଣ୍ଡେଙ୍କୁ ଗୋଟିଏ ଓ୍ଵିକେଟ ମିଳିଛି। ଝୁଲନ ନିଜର ଓ୍ଵିକେଟ ସଂଖ୍ୟା ୨୧୦ରେ ପହଂଚାଇଛନ୍ତି। ସେ ହେଉଛନ୍ତି ବିଶ୍ୱର ଏକମାତ୍ର ମହିଳା ବୋଲର ଯିଏକି ୨୦୦ରୁ ଅଧିକ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe