ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ୪-୩ରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

Advertisment
ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ୪-୩ରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ

abplive

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଢ଼ାକାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୪-୩ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ପ୍ରଥମ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ଗୋଟେ ଲେଖାଏଁ ଗୋଲ ସ୍କୋର କରିଥିଲେ । ଏହା ପରେ ପାକିସ୍ତାନ ପୁଣି ଏକ ଗୋଲ ସ୍କୋର କରି ଆଗରେ ରହିଥିଲା। ଏହାର ଜବାବରେ ଭାରତ ଅଳ୍ପ ସମୟ ମଧ୍ୟରେ ଦୁଇଟି ଗୋଲ ସ୍କୋର କରିଥିଲା। ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରିଥିଲେ ବି ଶେଷରେ ଟିମ୍ ଇଣ୍ଡିଆ ୪-୩ରେ ପାକିସ୍ତାନକୁୁ ପରାସ୍ତ କରିଥିଲା।

ଟିମ୍ ଇଣ୍ଡିଆ ପାଇଁ ହରମନପ୍ରୀତ ସିଂ, ସୁମିତ, ବରୁଣ ଏବଂ ଆକାଶଦୀପ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ସେହିଭଳି ପାକିସ୍ତାନ ପାଇଁ ୧୦ମିନିଟରେ ଅଫରାଜ, ୩୩ମିନିଟରେ ଅବଦୁଲ୍ଲା ରାଣା ଏବଂ ୫୭ମିନିଟରେ ନଦିମ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ଏହି ମ୍ୟାଚ୍ ପାଇଁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' କରାଯାଇଥିଲା।

 indiatoday

'ପ୍ଲେୟାର ଅଫ୍ ଦି ମ୍ୟାଚ୍' ହେବା ପରେ ମନପ୍ରୀତ ସିଂ କହିଛନ୍ତି ଯେ, ଯେତେବେଳେ ବି ସେ ପଡ଼ିଆକୁ ଆସନ୍ତି, ସେତେବେଳେ ସେ ତାଙ୍କ ଶତପ୍ରତିଶତ ଦେବାକୁ ଚାହାଁନ୍ତି। ‌ତେବେ ହକି ଟିମର ଏହି ବିଜୟ ଭାରତକୁ ପୁଣି ଗର୍ବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe