ୱେଷ୍ଟଇଣ୍ଡିଜକୁ ୯ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ୩-୧ରେ ଶୃଙ୍ଖଳା କଲା କବ୍‌ଜା

Advertisment
ୱେଷ୍ଟଇଣ୍ଡିଜକୁ ୯ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ୩-୧ରେ ଶୃଙ୍ଖଳା କଲା କବ୍‌ଜା

ଥିରୁବନନ୍ତପୁରମ: ଭାରତ ୫ମ ତଥା ଶେଷ ଦିନିକିଆକୁ ସହଜରେ ଜିତିଛି। ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୧୦୪ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା। ଏହା ପରେ ଭାରତ ୯ ଓ୍ଵିକେଟ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ସହିତ ୫ ଦିନିକିଆ ଶୃଙ୍ଖଳାକୁ ୩-୧ରେ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୦୫ ରନ୍‌ ପଛରେ ଗୋଡେଇ ୧୪.୫ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ଏହା ହାସଲ କରିଛି।

କେରଲର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ମାତ୍ର ୬ ରନ୍‌ରେ ଶିଖର ଧାଓ୍ଵନ(୬)ଙ୍କୁ ହରାଇଥିଲା। ଧାଓ୍ଵନ ୫ଟି ବଲ ସମ୍ମୁଖୀନ ହୋଇ ଗୋଟିଏ ଚୌକା ମାରିଥିଲେ। ସେ ଓସାଏନ ଥୋମାସଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍‌ ଫେରିଥିଲେ। ପ୍ରଥମ ଓ୍ଵିକେଟ ପତ୍ତନ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (ଅପରାଜିତ ୩୩ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। କୋହଲି ୨୯ଟି ବଲ ଖେଳି ୬ ଟି ଚୌକା ମାରିଥିଲେ। ଓପନର ରୋହିତ ଶର୍ମା (ଅପରାଜିତ ୬୩ ରନ୍‌, ୫୬ ବଲ, ୫ ଚୌକା ଓ ୪ ଛକା) ଓ କୋହଲି ପ୍ରଶଂସନୀୟ ଭାଗିଦାରୀ ବଳରେ ଭାରତ ଶେଷ ଦିନିକିଆକୁ ଜିତିଛି।

publive-image

ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଟିମ୍‌ ବୋଲିଂ କରିଥିଲା। ରବୀନ୍ଦ୍ର ଜାଦେଜା ଚମତ୍କାର ବୋଲିଂ କରିଥିଲେ। ସେ ୯.୫ ଓଭର ବୋଲିଂ କରି ୪ଟି ଓ୍ଵିକେଟ ନେଇଥିଲେ। ଜାଦେଜା ୩୪ ରନ୍‌ ଦେଇଥିଲେ। ଯଶପ୍ରୀତ ବୁମରା ଓ ଖଲିଲ ଅହମଦ ୨-୨ ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିିଳିଥିଲା। ୱେଷ୍ଟେଇଣ୍ଡିଜର ଜସନ ହଲଦାର ସର୍ବାଧିକ ୨୫ ରନ ସଂଗ୍ରହ କରିଥିବା ବେଳେ ମାରଲୋନ ସାମୁଏଲ ୨୪ ରନ୍‌ ଯୋଡ଼ିଥିଲେ। ସେହଭଳି ରାମବନ ପାେଓ୍ଵଲ ୧୬ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe