ହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା

ହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ପୋଜିସନ୍‌ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଶନିବାର ଭାରତ ୫-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ବିଶ୍ବକପ୍‌ରେ ୯ମ ସ୍ଥାନ ହାସଲ କରିଛି। କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ସାମିଲ ହୋଇପାରି ନଥିବା ଭାରତୀୟ ଦଳ ଗତ ୨୬ ତାରିଖରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ପ୍ରଥମ କ୍ବାର୍ଟରରେ ୨ଟି, ୩ୟ କ୍ବାର୍ଟରରେ ଗୋଟିଏ ଏବଂ ଶେଷ କ୍ବାର୍ଟରରେ ୨ଟି ଗୋଲ୍‌ ଦେଇଥିଲା। ଅଭିଷେକ ୪ମିନିଟରେ ଗୋଲ୍‌ ଦେଇଥିଲେ।  ଅଧିନାୟକ ହର୍ମନପ୍ରୀତି ସିଂହ ୧୧, ଶାମସେର ସିଂହ ୪୪, ଅକାଶଦୀପ ସିଂହ ୪୮ ଓ ସୁଖଜିତ ସିଂହ ୫୮ ମିନିଟରେ ଗୋଲ୍‌ ଦେଇଥିଲେ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସାମକେଲୋ ଏମ୍‌ଭିବି ୪୮ ଓ ମୁସ୍ତାପା କାସିମ ୫୯ ମିନିଟରେ ଗୋଲ ଦେଇଥିଲେ।

publive-image Photo: Hockey India twitter

ଚଳିତ ବିଶ୍ବକପ୍‌ରେ ଶନିବାର ଭାରତ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିବାରୁ ଗ୍ୟାଲେରିରେ ଦର୍ଶକମାନେ ମଧ୍ୟ ଠିଆ ହୋଇ ଖେଳକୁ ବେଶ୍‌ ଉପଭୋଗ କରିଥିଲେ। ପୂର୍ବ, ଉତ୍ତର ଓ ଦକ୍ଷିଣ ଗ୍ୟାଲେରି ପୂର୍ଣ୍ଣ ଥିଲା। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଧିକାଂଶ ମହିଳା ଓ ବୃଦ୍ଧା ଦର୍ଶକ ଭାରତ ଦଳ ଖେଳ ଦେଖିବାକୁ ଷ୍ଟାଡିୟମ ଗ୍ୟାଲେରିରେ ଛିଡା ହୋଇ ଭାରତୀୟ ଦଳକୁ ତାଳିମାରି ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe