ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ୍ ଦଳରେ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ସେ ହେଲେ ୨୯ ବର୍ଷ ବୟସ୍କ ଅଜଜ୍ ପଟେଲ। ଅଜଜ୍ ଜଣେ ବାମହାତୀ ସ୍ପିନର। ନ୍ୟୁଜିଲାଣ୍ଡ୍ର ଘରୋଇ କ୍ରିକେଟ୍ରେ ଗଲା ତିନି ବର୍ଷ ଧରି ପଟେଲଙ୍କ ଦବ୍ଦବା ରହିଛି। ସେ ମଧ୍ୟ ନ୍ୟୁଜିଲାଣ୍ଡ୍ ଘରୋଇ କ୍ରିକେଟ୍ରେ ଜଣେ ସର୍ବାଧିକ ଓ୍ଵିକେଟ୍ ଦଖଲକାରୀ ବୋଲର ଭାବେ ପରିଗଣିତ। ଏଭଳି ପ୍ରଦର୍ଶନ ବଳରେ ପଟେଲ ସ୍ପିନ୍ ଅଲ୍ରାଉଣ୍ଡର ମିଚେଲ ସାଣ୍ଟ୍ନର୍ଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ୍ ଟେଷ୍ଟ ଦଳରେ ସ୍ଥାନ ଅକ୍ତିଆର କରିଛନ୍ତି। ପୁଣି ପଟେଲ ହିଁ ପାକିସ୍ତାନ ବିପକ୍ଷରେ ଶୃଙ୍ଖଳା ଖେଳି ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ପାଇବେ। ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ନ୍ୟୁଜିଲାଣ୍ଡ୍ ଦଳ ୟୁଏଇ ଗସ୍ତ କରି ସେଠାରେ ପାକିସ୍ତାନ ସହ ୩ ଲେଖାଏଁ ଟେଷ୍ଟ, ଦିନିକିଆ ଓ ଟେ୍ଵଣ୍ଟି-୨୦ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ।
ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ଦଳରେ ଭାରତ ଜନ୍ମିତ ପଟେଲ
Advertisment
Follow Us