ଆଜି ହକି କ୍ବାର୍ଟର୍‌ରେ ଭାରତ-ବ୍ରିଟେନ୍‌

Advertisment
ପ୍ରଥମ ଜାତୀୟ ମହିଳା ହକି ଲିଗ୍‌ ୩୦ରୁ, ହରିୟାଣା ବିପକ୍ଷରୁ ଓଡ଼ିଶାର ଅଭିଯାନ

ପ୍ୟାରିସ୍‌: ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆକୁ ଶେ‌ଷ ପୁଲ୍‌ ମ୍ୟାଚ୍‌ରେ ପରାଜିତ କରି ଭାରତୀୟ ଖେଳାଳିଙ୍କ ମନୋବଳ ଅଧିକ ଦୃଢ଼ ହୋଇଛି। ‌୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବା ଭାରତ ପାଇଁ ବଡ଼ ଉପଲବ୍ଧି ହୋଇଛି। ଏହି ବିଜୟ ଫଳରେ ଭାରତ ପୁଲ୍‌ ବି’ରେ ବେଲଜିୟମ୍‌ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲା। ତଥାପି ଏହି ପ୍ରଦର୍ଶନକୁ କ୍ବାର୍ଟରଫାଇନାଲ୍‌ରେ ଜାରି ରଖିବା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ରବିବାର ହେବାକୁ ଥିବା କ୍ବାର୍ଟରଫାଇନାଲ୍‌ରେ ଭାରତର ମୁକାବିଲା ପୁଲ୍‌ ‘ଏ’ ତୃତୀୟ ସ୍ଥାନରେ ରହିଥିବା ଗ୍ରେଟ୍‌ ବ୍ରିଟେନ୍‌ ସହିତ ହେବ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ପ୍ରଥମ ଦୁଇ କ୍ବାର୍ଟରରେ ଆଧିପତ୍ୟ ବିସ୍ତାର କରିଥିଲା। ଖେଳ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖି ଆକ୍ରମଣ କରିଥିଲେ। ବିଶେଷକରି ଭାରତର ମିଡ୍‌ଫିଲ୍ଡର ମନପ୍ରୀତ୍‌ ସିଂହ, ହାର୍ଦିକ ସିଂହ, ଫରୱାର୍ଡ ଲାଇନ୍‌ରେ ଗୁରଜାନ୍ତ ସିଂହ ଓ ସୁଖଜିତ ସିଂହଙ୍କ ଭିତରେ ରହିଥିବା ଉତ୍ତମ ତାଳମେଳ ହିଁ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲା। ଏବେ ସବୁ ଶକ୍ତିକୁ ଏକାଠି କରି ଭାରତକୁ ଏହି ନକ୍‌ଆଉଟ୍‌ ପର୍ଯ୍ୟାୟରୁ ‌ନୂଆକରି ଖେଳିବା ଆରମ୍ଭ କରିବାକୁ ହେବ ବୋଲି ଖୋଦ୍‌ ହର୍ମନପ୍ରୀତ୍‌ ସିଂହ କହିସାରିଛନ୍ତି। ଏପରିକି ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶଙ୍କ ପାଇଁ ପ୍ରତ୍ୟେକ ମ୍ୟାଚ୍‌ ଉତ୍ସର୍ଗ କରୁଥିବାରୁ ବିଦାୟୀ ପ୍ରତିଯୋଗିତାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଖେଳାଳିମାନେ ଶତ ପ୍ରତିଶତ ଚେଷ୍ଟା କରିବେ। ରବିବାର ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ସହିତ ବିଶ୍ବର ୨ ନମ୍ବର ଗ୍ରେଟ୍‌ ବ୍ରିଟେନ୍‌ ମଧ୍ୟରେ କଡ଼ା ମୁକାବିଲା ଅନୁମାନ କରାଯାଉଛି। ଭାରତୀୟ ଲାଇନ୍‌ ଅପ୍‌ରେ ଅଭିଷେକ ଫରୱାର୍ଡ ଲାଇନ୍‌ର ପ୍ରମୁଖ ଖେଳାଳି ହୋଇଯାଇଛନ୍ତି। ସେହିପରି ହର୍ମନପ୍ରୀତ୍‌ ବର୍ତ୍ତମାନ ସୁଦ୍ଧା ୬ଟି ଗୋଲ୍‌ ଦେଇ ଭାରତୀୟଙ୍କ ଭିତରେ ଅଗ୍ରଣୀ ସ୍କୋରର୍‌ ହୋଇପାରିଛନ୍ତି। ବ୍ୟାକ୍‌ଲାଇନ୍‌ରେ ଅମିତ ରୋହିଦାସ ଓ ଜର୍ମନପ୍ରୀତ୍‌ ସିଂହ ଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି। ଏସବୁ ଭିତରେ ରବିବାର ରକ୍ଷଣଭାଗରୁ ମିଡ୍‌ଫିଲ୍ଡ ଓ ଫରୱାର୍ଡ ଲାଇନ୍‌ ଭିତରେ କେମିତି ତାଳମେଳ ରଖି ବଲ୍‌ ପାସ୍‌ କରାଯାଉଛି ତାହାକୁ ଦେଖିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe