ଆଜିଠୁ ଭାରତର ଅଭିଯାନ: ପ୍ରଥମେ ମଇଦାନକୁ ଓହ୍ଲାଇବ ତୀରନ୍ଦାଜି ଦଳ

ଆଜିଠୁ ଭାରତର ଅଭିଯାନ: ପ୍ରଥମେ ମଇଦାନକୁ ଓହ୍ଲାଇବ ତୀରନ୍ଦାଜି ଦଳ

ପ୍ୟାରିସ୍‌: ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ବିଧିବଦ୍ଧ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ। କିନ୍ତୁ ‌ଦୁଇ ଦିନ ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତିଯୋଗିତାଗୁଡ଼ିକ ଆରମ୍ଭ ହୋଇଯାଇଛି। ଗୁରୁବାରଠୁ ପ୍ରଥମ ପଦକ ସନ୍ଧାନରେ ଥିବା ଭାରତୀୟ ତୀରନ୍ଦାଜି ଦଳ ଅଭିଯାନ ଆରମ୍ଭ କରିବ। ଲେସ୍‌ ଇନ୍‌ଭାଲିଡ୍‌ସ ଗାର୍ଡେନ୍‌ରେ ତୀରନ୍ଦାଜିର ପ୍ରାଥିମିକ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଲଣ୍ଡନ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପୂର୍ଣ୍ଣ ୬ ଜଣିଆ ଦଳ ପ୍ୟାରିସ୍‌ ଆସିଛି। ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ ଆସିଥିବାରୁ ସମସ୍ତ ୫ ଇଭେଣ୍ଟରେ ଏମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଭେଟେରାନ୍‌ ତରୁଣଦୀପ ରାଏ ଓ ଦୀପିକା କୁମାରୀ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିଲା ବେଳେ ନିଜନିଜ ବର୍ଗର ନେତୃତ୍ବ ନେବେ।

ତେବେ‌ ଦଳର ମୁଖ୍ୟ ପ୍ରଶିକ୍ଷକ ବାଇକ୍‌ ୱଙ୍ଗ୍‌ କି’ଙ୍କୁ ସ୍ବୀକୃତି ନଦିଆଯିବାରୁ ସେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରି ନପାରି ଭାରତ ଫେରିଯାଇଥିଲେ। ଏହି ଦକ୍ଷିଣକୋରିଆ ପ୍ରଶିକ୍ଷକଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦିଆଯାଉଥିଲା ବେଳେ ଜଉକ୍ସରେ ୧୦ଦିନିଆ ଅଭ୍ୟାସ ଶିବିର ସେ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ପୁରୁଷ ଦଳର ପ୍ରଶିକ୍ଷକ ଭାବେ ସୋନମ ସିଂହ ଭୂତିଆ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ ପୂର୍ଣ୍ଣିମା ମହାତୋ ଭାରତୀୟ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe