ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ଜିଣି ଫିଲ୍‌ଡିଂ‌ କରୁଛି ଭାରତ

Advertisment
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ଜିଣି ଫିଲ୍‌ଡିଂ‌ କରୁଛି ଭାରତ

Image Courtesy of BCCI Tweet

କାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦିନ ଆରମ୍ଭ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ଫିଲଡିଙ୍ଗ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଆଜିର ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ କେଏଲ୍‌ ରାହୁଲ୍‌ (ଓ୍ଵିକେଟ୍‌ ରକ୍ଷକ), ଶିଖର ଧାଓ୍ଵନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍‌ ଆୟେର୍‌, ସଞ୍ଜୁ ସାମ୍‌ସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାସିଂଟନ୍‌ ସୁନ୍ଦର, ସାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ୍ ଏବଂ ଯୁଜବେନ୍ଦ୍ର ଚହଲ ଖେଳୁଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଆହତ ଜାଡ଼େଜାଙ୍କ ସ୍ଥାନରେ ଚହଲ, ଶାମିଙ୍କ ସ୍ଥାନରେ ଠାକୁର ଏବଂ ପାଣ୍ଡେଙ୍କ ସ୍ଥାନରେ ଆୟାର୍‌ଙ୍କୁ ସାମିଲ କରାଯାଇଛି।

ସେହିଭଳି ଅଷ୍ଟ୍ରେଲୀୟ ଦଳରେ ଡି’ଆର୍କି ସର୍ଟ, ମାର୍କସ୍‌ ଷ୍ଟୋଇନିସ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ମୋଜେସ ହେନ୍‌ରିକ୍ୱେଜ୍‌, ମାଥ୍ୟୁ‌ ୱେଡ୍ (ଉଇକେଟ୍‌ ରକ୍ଷକ), ଡାନିଏଲ୍‌ ସାମ୍ସ୍‌, ସିନ୍‌ ଏବୋଟ୍‌, ମିଚେଲ୍‌ ସ୍ୱେପ୍ସନ୍‌, ଆଦାମ ଜାମ୍ପା ଏବଂ ଆଣ୍ଡ୍ରିଉ ଟାଇ ଅଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରୁ ଫିଞ୍ଚ୍‌, ହେଜେଲ୍‌ଉଡ୍‌ ଏବଂ ଷ୍ଟାର୍କଙ୍କୁ ବାଦ ଦିଆଯାଇ ସାମ୍ସ, ଷ୍ଟୋଇନିସ୍‌ ଏବଂ ଟାଇଙ୍କୁ ସାମିଲ କରାଯାଇଛି। ଫିଞ୍ଚ୍‌ ବାଦ ପଡ଼ିଥିବାରୁ ଆଜି ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି ମାଥ୍ୟୁ‌ ୱେଡ୍ ‌ ।

ଟସ୍‌ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି, ଆମେ ପ୍ରଥମେ ବୋଲିଂ‌ କରିବୁ। ଗତଥର ଖେଳିବା ବେଳେ ଦ୍ୱିତୀୟ ଅର୍ଦ୍ଧକରେ ପିଚ୍‌ ବାସ୍ତବିକ ଭଲ ଥିଲା। ଅଷ୍ଟ୍ରେଲୀୟ ଦଳ ଆଜି ଆରୋନ୍‌ ଫିଞ୍ଚ୍‌ଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି।

ସେହିଭଳି ଅଷ୍ଟ୍ରେଲିଆର ମାଥ୍ୟୁ‌ ୱେଡ୍ ‌ କହିଛନ୍ତି,  ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ କରୁଥିବାରୁ ମୁଁ ଖୁବ୍‌ ଆନନ୍ଦିତ।

ଆଜି ଖେଳାଯାଉଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ପାଖରେ ଶୃଙ୍ଖଳା ବିଜୟ ସୁଯୋଗ ରହିବ। ତା’ ସହ ଦିନିକିଆ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ଟ୍ବେଣ୍ଟି-୨୦ରେ ନେବାର ଅପୂର୍ବ ସୁଯୋଗ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ହାତପାହାନ୍ତାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe