ସେମି ସ୍ଥାନ ପାଇଁ ଆୟର୍ଲାଣ୍ଡ୍‌ ସହ ଆଜି ଖେଳିବ

Advertisment

ଭାରତ ପାଇଁ ପ୍ରତିଶୋଧ ସୁଯୋଗ

ଭାରତ ପାଇଁ ପ୍ରତିଶୋଧ ସୁଯୋଗ

ସେମି ସ୍ଥାନ ପାଇଁ ଆୟର୍ଲାଣ୍ଡ୍‌ ସହ ଆଜି ଖେଳିବ

Vitality Women's Hockey World Cup

ଲଣ୍ଡନ୍‌: ଚଳିତ ମହିଳା ବିଶ୍ୱକପ୍‌ରେ ଲିଗ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବା ସାଙ୍ଗକୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଭାରତ ଗୁରୁବାର ଆୟର୍ଲାଣ୍ଡ୍‌କୁ ଭେଟିବ। ପୁଲ୍‌-ବି’ରେ ସ୍ଥାନ ପାଇଥିବା ରାଣୀ ରାମ୍‌ପଲ୍‌ଙ୍କ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ କେବଳ ଆୟର୍ଲାଣ୍ଡ୍‌ଠୁ ୦-୧ରେ ହାରି ତୃତୀୟ ସ୍ଥାନରେ ରହି ପ୍ଲେ ଅଫ୍‌ ପହଞ୍ଚିଥିଲା। ମଙ୍ଗଳବାର ପ୍ଲେ ଅଫ୍‌ରେ ୩-୦ରେ ଇଟାଲିକୁ ମାତ୍‌ ଦେଇ ୪୦ ବର୍ଷ ପରେ ଭାରତ କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା। ଶେଷ ଥର ଲାଗି ଭାରତୀୟ ମହିଳା ଦଳ ୧୯୭୮ ମାଦ୍ରିଦ୍‌ ବିଶ୍ୱକପ୍‌ର କ୍ୱାର୍ଟର୍‌ ଫାଇନାଲ୍‌ ଖେଳିଥିଲା। ୧୯୭୪ ଉଦ୍‌ଘାଟନୀ ସଂସ୍କରଣରେ ସେମିଫାଇନାଲ୍‌ରେ ପହଞ୍ଚିବା ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥର ପ୍ରଥମେ ୧୯୭୪ ପ୍ରଦର୍ଶନର ସମକକ୍ଷ ହେବାର ଲକ୍ଷ୍ୟ ରଖିଛି ଭାରତ। ତେବେ ଏହା ସବୁ ଇତିହାସ ବୋଲି ମୁଁ ଜାଣେ, ଆମ ପାଖରେ ଅଗକୁ ଭଲ ପ୍ରଦର୍ଶନ ଦେବା ଛଡ଼ା ଆଉ କିଛି ବିକଳ୍ପ ନାହିଁ ବୋଲି ଅଧିନାୟିକା ରାଣୀ କହିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବା ସହ ସେମିଫାଇନାଲ୍‌ ପହଞ୍ଚିବା ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆମେ ଭଲ ଖେଳିଥିଲୁ। କିନ୍ତୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲୁ। ଏବେ କ୍ୱାର୍ଟର୍‌ ଫାଇନାଲ୍‌ରେ ଆୟର୍ଲାଣ୍ଡ୍‌କୁ ହରାଇବାର ସୁବର୍ଣ୍ଣ ସୁଯୋଗ  ଆମ ପାଖରେ ରହିଛି ବୋଲି ଏହି ୨୩ ବର୍ଷୀୟା ଷ୍ଟ୍ରାଇକର୍‌ କହିଛନ୍ତି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ୍‌ ୩-୧ରେ ଆମେରିକା ଏବଂ ୧-୦ରେ ଭାରତକୁ ହରାଇ ଗ୍ରୁପ୍‌ ‘ବି’ ଶୀର୍ଷ ଦଳ ଭାବେ ସିଧାସଳଖ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲା। ଭାରତକୁ ଗ୍ରୁପ୍‌ ପର୍ଯ୍ୟାୟରେ ହରାଇଥିବାରୁ ଏହି ଇରିସ୍‌ ଦଳ ଦୃଢ଼ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇବ। ବିଜୟ ସହ ସେମିଫାଇନାଲ୍‌ରେ ପହଞ୍ଚିବା ଲକ୍ଷ୍ୟରେ ମଧ୍ୟ ରହିଛି ଆୟର୍ଲାଣ୍ଡ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe