ଭୁବନେଶ୍ବର: ଓଡ଼ିଶା ଚେସ୍ ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ମର୍ଯ୍ୟାଦାଜନକ ଭାରତ-ଚୀନ ଚେସ୍ ସମ୍ମିଳନୀ ସୋମବାର ପରିବର୍ତେ ମଙ୍ଗଳବାରଠାରୁ ଆରମ୍ଭ ହେବ। କେତେକ ଅନିବାର୍ଯ୍ୟ କାରଣରୁ ଚୀନ ଖେଳାଳିମାନେ ସୋମବାର ପହଞ୍ଚି ନପାରିବାରୁ ଦିନଟିଏ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ରାଜ୍ୟ ସରକାର, ଅଲ୍ ଇଣ୍ଡିଆ ଚେସ୍ ସଂଘ (ଏଆଇସିଏଫ୍), ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ), କିଟ୍ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀର ତୃତୀୟ ସଂସ୍କରଣ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ କିଟ୍ର ଅନ୍ତର୍ଜାତୀୟ ଚେସ୍ ହଲ୍ରେ ଅନୁଷ୍ଠିତ ହେବ। ଚୀନର ୪ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ଏବଂ ଭାରତର ୪ ଯୁବ ଗ୍ରାଣ୍ଡମାଷ୍ଟର୍ ମୁହାଁମୁହିଁ ହେବେ। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର୍ ଶେଖର ଚନ୍ଦ୍ର ସାହୁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଚୀନ୍ ଦଳରେ ଲୁ ସାଙ୍ଗଲେଇ (୨୬୩୫), ଜୁ ଜିଆଙ୍ଗ୍ୟୁ (୨୫୮୬), ବାଇ ଜିନ୍ସୀ (୨୫୫୬), ଜୁ ୟିଙ୍ଗଲୁନ୍ (୨୫୩୩) ଏବଂ ଭାରତୀୟ ଦଳରୁ ମୁରଲୀ କାର୍ତିକେୟନ (୨୬୦୫), ଶ୍ରୀନାଥ ନାରାୟଣନ୍ (୨୫୬୫), ଭିଆର୍ ଅରବିନ୍ଦ ଚିଦାମ୍ବରମ୍ (୨୫୭୮) ଏବଂ ଆର୍ଯ୍ୟନ ଚୋପ୍ରା (୨୫୪୧) ପ୍ରତିନିଧିତ୍ବ କରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us