Cricket: ପୁଣି ହାତମିଲାଇଲେନି ସୂର୍ଯ୍ୟ-ସଲମାନ

Advertisment

ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନମିଳାଇବାର ନୀତିକୁ ଭାରତୀୟ କ୍ରିକେଟ୍‌ ଦଳ ଜାରି ରଖିଛି। ଫଳରେ ଉଭୟ ଦଳ ମଧ୍ୟରେ ବୁଝାମଣା ହେବାର ଆଶା ମଉଳି ଯାଇଛି। ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ...

ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନମିଳାଇବାର ନୀତିକୁ ଭାରତୀୟ କ୍ରିକେଟ୍‌ ଦଳ ଜାରି ରଖିଛି। ଫଳରେ ଉଭୟ ଦଳ ମଧ୍ୟରେ ବୁଝାମଣା ହେବାର ଆଶା ମଉଳି ଯାଇଛି। ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ...

15bbs_89_15022026_112

କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନମିଳାଇବାର ନୀତିକୁ ଭାରତୀୟ କ୍ରିକେଟ୍‌ ଦଳ ଜାରି ରଖିଛି। ଫଳରେ ଉଭୟ ଦଳ ମଧ୍ୟରେ ବୁଝାମଣା ହେବାର ଆଶା ମଉଳି ଯାଇଛି। ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଗ୍ରୁପ୍‌-ଏ’ ମ୍ୟାଚ୍‌ ବେଳେ କଲମ୍ବୋରେ ଉଭୟ ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉଭୟ ପକ୍ଷଙ୍କ ମଧ୍ୟରୁ ଅନୌପଚାରିକ ବୈଠକ ବସି ଗତିରୋଧ ଦୂର କରିବାକୁ ପ୍ରୟାସ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଫଳରେ ଉଭୟ ଦଳର ଅଧିନାୟକ ଟସ୍‌ ବେଳେ ହାତମିଳାଇବେ ବୋଲି ଆଶା କରାଯାଉଥିଲା। ହେଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଗା ପରସ୍ପରକୁ ଦେଖି ହସି ନଥିଲେ କିମ୍ବା ହାତ ମିଳାଇ ନଥିଲେ। ଭାରତ ଯଦି ନିଷ୍ପତ୍ତି ବଦଳାଏ ତାହେଲେ ସେ ସୂର୍ଯ୍ୟଙ୍କ ସହ ହାତମିଳାଇବେ ବୋଲି ସଲମାନ ଶନିବାରର ସାମ୍ବାଦିକ ସମ୍ମିଳନୀରେ ସଙ୍କେତ ଦେଇଥିଲେ।

ଆହୁରି ପଢ଼ନ୍ତୁ: Geeta Pattnaik: ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ

ରବିବାର ଟସ୍‌ ବେଳେ କିନ୍ତୁ ସୂର୍ଯ୍ୟ ତାଙ୍କୁ ଆଡ଼ ଆଖିରେ ଚାହିଁନଥିଲେ। ଟସ୍‌ ବେଳର ପାରମ୍ପରିକ କରମର୍ଦ୍ଦନ କରିବାକୁ କୌଣସି ଉତ୍ସାହ ଦେଖାଇ ନଥିଲେ। ଗତକିଛି ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନ ପ୍ରତିପକ୍ଷଙ୍କ ସହ ହାତମିଳାଇବେ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ ପୂର୍ବରୁ ଘୋଷଣା କରିସାରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣହରାଇଥିବା ନିରୀହ ଭାରତୀୟ ନାଗରିକଙ୍କ ସମ୍ମାନରେ ଏହି ଧାରା ଅବ୍ୟାହତ ରହିବ ବୋଲି ସଂପୃକ୍ତ ଅଧିକାରୀଜଣକ ଖୋଲାଖୋଲି ଘୋଷଣା କରି ଦେଇଥିଲେ ସେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe