ବିମାନରେ ୬ଜଣ ଭାରତୀୟ କ୍ରିକେଟରଙ୍କୁ ଦିଆଗଲାନି ଖାଦ୍ୟ, ହଜିଲା ଲଗେଜ୍; କେମିତି ମ୍ୟାଚ୍ ଖେଳିବେ ଖେଳାଳି?

Advertisment
ବିମାନରେ ୬ଜଣ ଭାରତୀୟ କ୍ରିକେଟରଙ୍କୁ ଦିଆଗଲାନି ଖାଦ୍ୟ, ହଜିଲା ଲଗେଜ୍; କେମିତି ମ୍ୟାଚ୍ ଖେଳିବେ ଖେଳାଳି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛି। ଏଠାରେ ଭାରତ-ବାଂଲାଦେଶ ମଧ୍ୟରେ ତିନୋଟି ଓଡିଆଇ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ବାଂଲାଦେଶରେ ପହଞ୍ଚିଛି। କିନ୍ତୁ ଏ ମଧ୍ୟରେ ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଭଲ ବ୍ୟବହାର କରାଯାଇନଥିବା ଖବର ସାମ୍ନାକୁ ଆସିଛି। କ୍ରିକେଟର ନିଜେ ଏହି ସୂଚନା ଦେଇଛନ୍ତି।

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଦୀପକ ଚହର ଓ ଅନ୍ୟ ଖେଳାଳିଙ୍କ ସହ ବିମାନରେ ଭଲ ବ୍ୟବହାର କରାଯାଇନଥିବା ଜଣାପଡ଼ିଛି। ଟିମ୍ ସହ ଘଟିଥିବା ଘଟଣାକୁ ଟ୍ବିଟ ଜରିଆରେ ସେୟାର କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚହର। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଶେଷ ହେବା ପ‌ରେ ଭାରତୀୟ ଟିମ୍ ବାଂଲାଦେଶ ଗସ୍ତ କରିଥିଲା। ଦୀପକ ଚହର, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଶିଖର ଧୱନ, ଶୁଭମନ ଗିଲ ଏବଂ ୱାଶିଂଟନ୍ ସୁନ୍ଦର ମାଲେସିଆ ଏୟାରଲାଇନ୍ସର ବିମାନ‌ରେ ଢ଼ାକା ପହଞ୍ଚିଥିଲେ। ହେଲେ ଏହି ବିମାନରେ ସେମାନେ ବିଜନେସ କ୍ଲାସରେ ଯାତ୍ରା କରିଥିଲେ ବି ତାଙ୍କୁ ବିଜନେସ କ୍ଲାସର ସୁବିଧା ମିଳିନଥିବା ଅଭିଯୋଗ କରିଛନ୍ତି ଚହର।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, 'ମାଲେସିଆ ଏୟାରଲାଇନ୍ସର ବିମାନରେ ଯାତ୍ରା କରିବାର ଅନୁଭୂତି ବହୁତ ଖରାପ ଥିଲା। ସର୍ବପ୍ରଥମେ, ସେମାନେ ଆମକୁ ନଜଣାଇ ଆମ ବିମାନ ବଦଳାଇ ଦେଇଥିଲେ। ବିଜନେସ କ୍ଲାସରେ ଯାତ୍ରା କରି ବି ଆମକୁ ବିମାନରେ ଖାଦ୍ୟ ପରିବେଷଣ କରାଯାଇନଥିଲା। ଏବଂ ପରେ ଆମ ଜିନିଷ ହଜିଯାଇଥିଲା। ଗତ ୨୪ଘଣ୍ଟା ହେଲାଣି ଆମକୁ ଆମ ଲଗେଜ ମିଳିନାହିଁ। ଆସନ୍ତାକାଲି ଆମକୁ ମ୍ୟାଚ୍ ମଧ୍ୟ ଖେଳିବାକୁ ପଡିବ।

ଦୀପକଙ୍କ ଟ୍ବିଟ ପରେ ମାଲେସିଆ ଏୟାରଲାଇନ୍ସ ଏକ ଲିଙ୍କ ପଠାଇଥିବା ବେଳେ ଏହା ଖୋଲୁନଥିବା କହିଛନ୍ତି ଦୀପକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe