ଟ୍ବେଣ୍ଟି-୨୦ରେ ପଶ୍ଚାତ୍‌ଧାବନ ବିଜୟ, ଅଷ୍ଟ୍ରେଲିଆକୁ ପଛରେ ପକାଇଲା ଭାରତ

ଟ୍ବେଣ୍ଟି-୨୦ରେ ପଶ୍ଚାତ୍‌ଧାବନ ବିଜୟ, ଅଷ୍ଟ୍ରେଲିଆକୁ ପଛରେ ପକାଇଲା ଭାରତ

ରାଜକୋଟ: ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ପଶ୍ଚାତ୍‌ଧାବନ ବିଜୟ ହାସଲରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ତୁଳନାରେ ଭାରତ ଶ୍ରେଷ୍ଠ ରହିଛି। ଗୁରୁବାର ଏଠାରେ ବାଂଲାଦେଶ ବିପକ୍ଷ ବିଜୟ ଭାରତ ପାଇଁ ୪୧ତମ ସଫଳ ପଶ୍ଚାତ୍‌ଧାବନ ଥିଲା। ୬୧ ମ୍ୟାଚ୍‌ରୁ ଭାରତ ୪୧ ଥର ପାଇଁ ପଶ୍ଚାତ୍‌ଧାବନ ବିଜୟ ହାସଲ କରିଛି। ଏକ୍ଷେତ୍ରରେ ଭାରତ ମଧ୍ୟ ତାଲିକାର ଶୀର୍ଷରେ ରହି ନୂଆ କୀର୍ତ୍ତିମାନ ରଚିଛି। ପୁଣି ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏହା ପୂର୍ବରୁ ୬୯ ମ୍ୟାଚ୍‌ରୁ ୪୦ ପଶ୍ଚାତ୍‌ଧାବନ ବିଜୟର କୀର୍ତ୍ତିମାନ ଅଷ୍ଟ୍ରେଲିଆ ନାମରେ ଥିଲା। ଏବେ ଭାରତ ଓ ଅଷ୍ଟ୍ରେଲିଆ ପଛକୁ ପୂର୍ବତନ ବିଶ୍ବ ବିଜେତା ତଥା ବିଶ୍ବ ମାନ୍ୟତାର ଶୀର୍ଷ ପାକିସ୍ତାନ (୬୭ ମ୍ୟାଚ୍‌ରୁ ୩୬ ବିଜୟ) ତାଲିକାର ତୃତୀୟ ସ୍ଥାନରେ ରହିଥିଲା ବେଳେ ଉଭୟ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ (୨୮ ଲେଖାଏଁ ବିଜୟ) ମିଳିତ ଭାବେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଭାରତର ଏହି କୀର୍ତ୍ତିମାନ ପଶ୍ଚାତ୍‌ଧାବନ ବିଜୟରେ ବିଶେଷକରି ଅଧିନାୟକ ବିରାଟ କୋହଲି, ଏବର କାମଚଳା ଅଧିକନାୟ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଯଥେଷ୍ଟ ଅବଦାନ ରହିଛି। ଦଳର ପଶ୍ଚାତ୍‌ଧାବନ ମ୍ୟାଚ୍‌ ବିଜୟରେ କୋହଲିଙ୍କ ହାରାହାରି ୧୧୧.୫୦ ରହିଛି। ସେ ବ୍ୟକ୍ତିଗତ ଭାବେ ୧୧୧୫ ରନ୍‌ କରିଥିଲା ବେଳେ ୨୫ ଥର ଭାରତ ପଛରେ ବ୍ୟାଟିଂ କରି ଜିତିଛି। ତାରକା ବ୍ୟାଟ୍‌ସମ୍ୟାନ୍‌ ରୋହିତ ମଧ୍ୟ ପଶ୍ଚାତ୍‌ଧାବନ ବିଜୟୀ ମ୍ୟାଚ୍‌ରେ ୩୦.୩୨ ହାରାହାରିରେ ୮୪୯ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଧୋନିଙ୍କ ନାମରେ ସବୁଠୁ ଅଧିକ ପଶ୍ଚାତ୍‌ଧାବନ ମ୍ୟାଚ୍‌ ଶ୍ରେୟ ଯାଇଛି। ୨୯ ମ୍ୟାଚ୍‌ରେ ଧୋନି ୭୨.୫୦ ହାର ଏବଂ ୧୪୨.୧୫ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଥିଲେ। ତେବେ ଭାରତ ପ୍ରଥମେ ବ୍ୟାଟିଂ କରିଥିବା ମ୍ୟାଚ୍‌ରେ କୋହଲିଙ୍କ ହାରାହାରି ୩୩.୪୦ ରହିଛି। ଗୁରୁବାର ପଶ୍ଚାତ୍‌ଧାବନରେ ମ୍ୟାଚ୍‌ ଜିତିବା କ୍ଷେତ୍ରରେ ଅଷ୍ଟ୍ରେଲିଆ (୪୦)କୁ ପଛରେ ପକାଇ ଭାରତ କୀର୍ତ୍ତିମାନ ରଚିଥିଲା ବେଳେ ଶୁକ୍ରବାର ଅବଶ୍ୟ ପାକିସ୍ତାନ ବିପକ୍ଷ ୧୦ ୱିକେଟର ବିଜୟ ବଳରେ ଅଷ୍ଟ୍ରେଲିଆ (୪୧) ଭାରତ ସମକକ୍ଷ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe