ତୃତୀୟ ଦିନିକଆ: ଭାରତ ୧୧୯ ରନରେ ୱେଷ୍ଟଇଣ୍ଡିଜକୁ ହରାଇଲା

Advertisment
ତୃତୀୟ ଦିନିକଆ: ଭାରତ ୧୧୯ ରନରେ ୱେଷ୍ଟଇଣ୍ଡିଜକୁ ହରାଇଲା

indian express

ପୋର୍ଟ ଅଫ ସ୍ପେନ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ଦିନିକିଆକୁ ଭାରତ ୧୧୯ରେ ଜିତି ନେଇଛି। ପ୍ରଥମେ ଭାରତ ଟସ ଜିତି ୱେଷ୍ଟଇଣ୍ଡିଜକୁ ବୋଲିଂ କରିବାକୁ ଛାଡ଼ିଥିଲା। ଭାରତ ପକ୍ଷରୁ ଧାୱନ ଓ ସୁବମନ ଗିଲ ବ୍ୟାଟିଂ ଆରମ୍ଭ କରିଥିଲେ। ବ୍ୟକ୍ତିଗତ ୫୮ ରନ ସ୍କୋର କରିଥିବା ଧାୱନ ହାଡନି ୱାଲସଙ୍କ ବଲରେ ପୁରାନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ତେବେ ବର୍ଷା ଏହି ମ୍ୟାଚରେ ବାଧକ ସାଜିଥିବାରୁ ୫୦ ଓଭର ଖେଳକୁ ୩୬ ଓଭରରେ ସିମିତ କରାଯାଇଥିଲା। ତେବେ ସୁବମନ ଗିଲ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖି ୯୮ ରନ ସ୍କୋର କରିଥିଲେ। ଧାୱନଙ୍କ ଆଉଟ ପରେ ଶ୍ରେୟାସ ଆୟାର ବ୍ୟାଟିଂ କରିବାକୁ ଆସିଥିଲେ।

ସେ ବ୍ୟକ୍ତିଗତ ୪୪ ରନ କରି ସମରାହ ବ୍ରୁକ୍ସଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ। ତେବେ ୩ ୱିକେଟ ବିନିମୟରେ ଭାରତ ୨୨୫ ରନ୍‌କରିବାକୁ ସକ୍ଷମ ହୋଇଥିଲା। ୱେଷ୍ଟ ଇଣ୍ଡିଜ ପକ୍ଷରୁ ଆକେଲ ହୋସେନ ଗୋଟିଏ ଓ ହାଡିନ ୱାଲସ ୨ଟି ୱିକେଟ ନେଇଥିଲେ। ତେବେ ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ, ବ୍ରାଣ୍ଡନ କିଙ୍ଗ ଓ ନିକୋଲାସ ପୁରାନ ୨ ଅଙ୍କ ଛୁଇଁଥିବାବେଳେ ଆଉ କେହି ଭଲ ଖେଳିପାରିନଥିଲେ। ଫଳରେ ଡିଏଲଏସ ନିୟମ ଅନୁସାରେ ୩୫ ଓଭରରେ ୨୫୭ ରନ ଟାର୍ଗେଟରେ ଥିବା ୱେଷ୍ଟଇଣ୍ଡିଜ ୨୬ ଓଭରରେ ମାତ୍ର ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଯୁଜବେନ୍ଦ୍ର ଚହଲ ଉକ୍ତ ମ୍ୟାଚରେ ହିରୋ ବନିଥିଲେ। ସେ ୪ ଓଭରରେ ୧୭ ରନ ଦେଇ ୪ ୱିକେଟ ନେଇଥିଲେ। ଫଳରେ ଭାରତ ୩-୦ରେ ଦିନିକିଆ ସିରିଜ ଜିତି ନେଇଛି। ସୁବମନ ଗିଲଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe