Advertisment

IND vs WI T20 WC: ୱେଷ୍ଟଇଣ୍ଡିଜ୍ ପରାସ୍ତ, ସେମିଫାଇନାଲରେ ଭାରତ

Advertisment

ଅନ୍ତର୍ଜାତୀୟ କ୍ରିକେଟ୍‌ ପରଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ୫୨ତମ ମୁକାବିଲାରେ ଭାରତ ବିଜୟୀ ହୋଇଛି। କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲ ଟିକେଟ୍‌ ହାତେଇଛି।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ୫୨ତମ ମୁକାବିଲାରେ ଭାରତ ବିଜୟୀ ହୋଇଛି। କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲ ଟିକେଟ୍‌ ହାତେଇଛି।

New Project

କୋଲକାତା: ଅନ୍ତର୍ଜାତୀୟ କ୍ରିକେଟ୍‌ ପରଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ୫୨ତମ ମୁକାବିଲାରେ ଭାରତ ବିଜୟୀ ହୋଇଛି। କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲ ଟିକେଟ୍‌ ହାତେଇଛି। ଏହି ମ୍ୟାଚ୍‌ରେ ଭାରତକୁ ବିଜୟ ପାଇଁ ୧୯୬ ରନ୍‌ର ଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ୧୯.୨ ଓଭରରେ ୫ଟି ୱିକେଟ୍‌ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି। 

ଟସ୍‌ ଜିଣି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଥିଲା। ୱେଷ୍ଟଇଣ୍ଡିଜ ଦଳ ନର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା।

ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍‌କୁ ବିସିସିଆଇର ସମର୍ଥନ

ଭାରତର ବିଜୟରେ ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନଙ୍କ ବଡ଼ ଯୋଗଦାନ ରହିଛି। କାରଣ ଏହି ମ୍ୟାଚ୍‌ରେ ଖୁଣ୍ଟ ଭଳି ରହିଥିଲେ। ସେ ୨୬ଟି ବଲ୍‌ ଖେଳି ୬ ଚୌକା ଓ ୩ ଛକା ବଳରେ ଅର୍ଦ୍ଧଶତକ (୫୩ ରନ୍‌) ହାସଲ କରିଥିଲେ। ସଂଜୁ ସାମସନ ତାଙ୍କର ଇନିଂସରେ ୫୦ଟି ବଲ୍‌ ଖେଳିଥିଲେ। ସେ ୧୨ଟି ଚୌକା ଏବଂ ୪ଟି ଛକା ବଳରେ ୯୭ ରନ୍‌ କରି ଅପରାଜିତ ପାଭିଲିଅନ ଫେରିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe