ପୂର୍ବ ପରାଜୟର ପ୍ରତିଶୋଧ ନେଲା ଭାରତ; ୩୧୭ ରନରେ ଦ୍ବିତୀୟ ଟେଷ୍ଟ ହାରିଲା ଇଂଲଣ୍ଡ

ପୂର୍ବ ପରାଜୟର ପ୍ରତିଶୋଧ ନେଲା ଭାରତ; ୩୧୭ ରନରେ ଦ୍ବିତୀୟ ଟେଷ୍ଟ ହାରିଲା ଇଂଲଣ୍ଡ

ଚେନ୍ନାଇ: ଭ୍ରମଣକାରୀ ଇଂଲଣ୍ଡକୁ ୩୧୭ ରନରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟରେ ଆଜି ଇଂଲଣ୍ଡ ଦଳ ୧୬୪ ରନରେ ଅଲଆଉଟ୍ ହେବା ଫଳରେ ଭାରତ ଠାରୁ ୩୧୭ ରନରେ ପରାଜିତ ହୋଇଛି। ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩୪ ରନ କରି ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ୧୯୫ ରନରେ ଅଗ୍ରଣୀ ରହିଥିଲା।

ପ୍ରଥମ ଇନିଂସରେ ମୋଟ ୧୯୫ ରନରେ ଅଗ୍ରଣୀ ଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଆର. ଅଶ୍ବୀନ ୧୦୬ ରନ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୬୨ରନ କରିଥିଲେ । ଇଂଲାଣ୍ଡ ପକ୍ଷରୁ ଜାକ୍ ଲିଚ୍ ଓ ମୋଇନ ଅଲ୍ଲୀ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତୀୟ ଦଳ ୨୮୬ ରନ କରିବା ପରେ ଇଂଲଣ୍ଡ ଆଗରେ ୪୮୨ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଇଂଲଣ୍ଡ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା।

publive-image

ଏହି ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗତକାଲି  ଷ୍ଟମ୍ସ ଅପସାରଣ ବେଳକୁ ୩ ଓ୍ବିକେଟ ହରାଇ ୫୩ ରନ କରିଥିଲା । ଓପନର ରୋରି ବର୍ନସ ୨୫ ରନ କରି ଆଉଟ ହୋଇଥିବାବେଳେ ଡୋମିନିକ ସିବଲି ୩ ରନ ଓ ଜାକ ଲିଚ୍ ୦ ରନରେ ଆଉଟ ହୋଇଥିଲେ। ଆଜି ସକାଳେ ଡାନିଏଲ ଲରେନ୍ସ ଓ ଜୋ ରୁଟ ବ୍ୟାଟିଂ ଆରମ୍ଭ କରି ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ୧୬୪ରନରେ ସମସ୍ତ ଉଇକେଟ୍ ହରାଇଥିଲା ଦଳ।

ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳୁଥିବା ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଶେଷ ଆଡକୁ ମୋଇନ ଅଲ୍ଲୀ ଦ୍ରୁତ ୪୩ ରନ କରିଥିଲେ ମଧ୍ୟ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe