ବୁଲାୱାଓ: ଚଳିତ ୧୯ବର୍ଷରୁ କମ୍‌ ବିଶ୍ବକପ୍‌ର ବର୍ଷା ପ୍ରଭାବିତ ଶନିବାର ମ୍ୟାଚ୍‌ରେ ଭାରତ ଡକୱର୍ଥ/ଲୁଇସ୍‌ ନିୟମରେ ୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଲଗାଣ ବର୍ଷା ପାଇଁ ମ୍ୟାଚ୍‌ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହେବାରୁ ଏହାକୁ ୫୦ ପରିବର୍ତ୍ତେ ୩୭ ଓଭରକୁ କମାଇ ଦିଆଯାଇଥିଲା।

Advertisment

ଭାରତ ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଥିଲା। ଅଧିନାୟକ ଆୟୁଷ ମହାତ୍ରେଙ୍କ ନିଷତ୍ତିର ଯଥାର୍ଥ ସମ୍ମାନ ରଖି ଦୁଇ ଭାରତୀୟ ଦ୍ରୁତ ବୋଲର ଆର୍‌ଏସ୍‌ ଅମ୍ବ୍ରିସ (୪/୨୯) ଓ ହେନିଲ ପଟେଲ (୩/୨୩) ପରସ୍ପର ଭିତରେ ୭ ୱିକେଟ୍‌ ବାଣ୍ଟିନେଇ ନ୍ୟୁଜିଲାଣ୍ଡକୁ ୩୬.୨ ଓଭରରେ ମାତ୍ର ୧୩୫ ରନ୍‌ ଭିତରେ ଅଲଆଉଟ୍‌ କରି ଦେଇଥିଲେ। ୧୩୬ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ଆହୁରି ପଢ଼ନ୍ତୁ: Flight Services: ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରିଲା ଇଣ୍ଡିଗୋ

ଅଧିନାୟକ ଆୟୁଷ ମହାତ୍ରେ ସର୍ବାଧିକ ୫୩ ରନ୍‌ କରିଥିଲା ବେ‌ଳେ ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ୪୦ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ଅମ୍ବ୍ରିସଙ୍କୁ ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ବିଜୟ ସହ ଲିଗ୍‌ ପର୍ଯ୍ୟାୟରେ ତିନିଟିରୁ ତିନିଟି ମ୍ୟାଚ୍ ଜିତିବାରେ ଭାରତ ଗ୍ରୁପ୍‌-ବି’ର ଏକମାତ୍ର ଦଳ ହୋଇଥିଲା। ତା’ ସହିତ ସୁପର-୬ ପୂର୍ବରୁ ନିଜ ଆତ୍ମବିଶ୍ବାସକୁ ମଧ୍ୟ ଉଚ୍ଚ କରି ପାରିଥିଲା। 

ଆହୁରି ପଢ଼ନ୍ତୁ: Cyber Fraud: ସରକାର, ସିବିଆଇ ସହ ଆରବିଆଇକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍