Cricket: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଭାରତୀୟ ଦଳ

Advertisment

ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଗତ ଏସିଆ କପ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ଭାରତ। ୫୮ ରନ୍‌ ବିଜୟ ସହିତ ଭାରତ ମଧ୍ୟ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଗତ ଏସିଆ କପ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ଭାରତ। ୫୮ ରନ୍‌ ବିଜୟ ସହିତ ଭାରତ ମଧ୍ୟ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

u19

ହରାରେ: ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଗତ ଏସିଆ କପ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ଭାରତ। ୫୮ ରନ୍‌ ବିଜୟ ସହିତ ଭାରତ ମଧ୍ୟ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଫଗାନିସ୍ତାନ ସହିତ ଭାରତ ବୁଧବାର ସେମିଫାଇନାଲ୍‌ ଖେଳିବ।

ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ରମାଗତ ୩ ବଲ୍‌ରେ ୱିକେଟ୍‌ ହରାଇ ୪୭/୩ରେ ସଂଘର୍ଷ କରିଥିଲା। ବେଦାନ୍ତ ତ୍ରିବେଦୀ (୬୮), କନିଷ୍କ ଚୌହାନ (୩୫), ସୂର୍ଯ୍ୟବଂଶୀ ସୂରଜ (୩୦), ଆର୍‌ ଅମ୍ବ୍ରିଶ (୨୯)ଙ୍କ ପାଳି ବଳରେ ଦଳ ୨୫୨ ରନ୍‌ କରିଥିଲା। ଅବଦୁଲ ଶୁଭନ ୩ ଏବଂ ମହମଦ ସାୟମ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପାକିସ୍ତାନ ଏକଦା ୩୦ତମ ଓଭରର ବେଳକୁ ୨ ୱିକେଟ୍‌ ହରାଇ ୧୫୧ ରନ୍‌ କରିଥିବାବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୪ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଅଧିନାୟକ ଆୟୁଷ ମହାତ୍ରେ ଓ ଖିଲନ ପଟେଲ୍‌ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍‌ ନେଇ ବିଜୟ ଦେଇଥିଲେ। କନିଷ ଚୌହାନ (୩୫ ଓ ୧/୩୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: Australian Open: ଆଲ୍‌କାରାଜ୍‌ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe