ICC Womens World Cup :  ଭାରତ ମହିଳା ବିଶ୍ବ ଚାମ୍ପିୟନ, ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା

ମହିଳା ଦିନିକିଆ ବିଶ୍ବକପ(ICC Womens World Cup )ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ରଖାଯାଇଥିବା ୨୯୯ ରନ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା ।

wwc

india wins Women's World cup Photograph: (bcci)

ନଭି ମୁମ୍ବାଇ :  ନଭି ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ବକପ(ICC Womens World Cup )ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ରଖାଯାଇଥିବା ୨୯୯ ରନ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଓଲଭାର୍ଟ ୧୦୧ ରନ କରିଥିବାବେଳେ ଆନରି ଡର୍କସେନ ୩୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତି ଶର୍ମା ୫ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଓଭର କଟାଯାଇନଥିଲା ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ, ଛ୍ଲୋଏ ଟ୍ରାୟନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe