ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ କ୍ଲିନ୍ ସୁଇପ୍ କରିଛି। ଭାରତ ଆଜି ଖେଳାଯାଇଥିବା ପଞ୍ଚମ ଟି-୨୦ ଆନ୍ତର୍ଜାତୀୟରେ ଶ୍ରୀଲଙ୍କାକୁ ୧୫ ପରାସ୍ତ କରିଛି।
ଆହୁରି ପଢନ୍ତୁ : Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଇନିଂସ ବଳରେ ୧୭୫/୭ ସ୍କୋର କରିଥିଲା। ହରମନପ୍ରିତ ୬୮ ରନ କରିଥିବାବେଳେ ଅରୁନ୍ଧତୀ ରେଡ୍ଡି ୨୭ ରନ ଓ ଅମନଜୋତ କୌର ୨୧ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୫ ରନ କରିଥିଲା । ୧୭୬ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଶ୍ରୀଲଙ୍କା ଦଳ ୧୬୦ ରନରେ ସୀମିତ ରହିଥିଲା । ଦଳ ପକ୍ଷରୁ ହସିନି ପେରେରା ୬୫ ରନ ଓ ଇମେଶା ଦୁଲାନି ୫୦ ରନ କରିଥିଲେ । ମାତ୍ର ଅନ୍ୟ ମଧ୍ୟକ୍ରମ ବ୍ୟାଟ୍ସରଙ୍କ ବିଫଳତା ଯୋଗୁଁ ଦଳ ଲକ୍ଷ୍ୟ ହାସଲ କରିପାରିନଥିଲା । ଭାରତ ପକ୍ଷରୁ ଦିପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡି, ସ୍ନେହ ରାଣା, ବୈଷ୍ଣବୀ ଶର୍ମା, ଶ୍ରୀ ଚାରଣି ଓ ଅମନଜୋତ କୌର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/30/india-2025-12-30-22-45-57.jpg)