ଭଦ୍ରକ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଭଦ୍ରକ ସହରର ମୁଖ୍ୟ ରାସ୍ତାକୁ "ଅଟଳ ମାର୍ଗ" ନାମରେ ନାମକରଣ କରାଯିବା ସହ ଏହି ରାସ୍ତାକୁ ଆପର୍ତ୍ତିବିନ୍ଧା ଛକ ଠାରୁ ଶନି ମନ୍ଦିର ପର୍ଯନ୍ତ ଉନ୍ନତି କରଣ ଓ ପ୍ରଶସ୍ତି କରଣ କରାଯିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ରାସ୍ତାର ଶୁଭ ଶିଳାନ୍ୟାସ ଓ ଉଦଘାଟନ ଉତ୍ସବର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଲେ, ଭଦ୍ରକ ମୁଖ୍ୟ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନା କାରାଯାଇଛି । ଏହା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ। ଆଜି ଏ ମାର୍ଗ ଅଟଳ ମାର୍ଗ ଭାବରେ ନାମିତ ହୋଉଛି। ଏହା ଆମ ପାଇଁ ଗର୍ବର କଥା। ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ରାସ୍ତା ସଂଯୋଗୀ କରଣର ମୁଖ୍ୟ ବିନ୍ଧାଣି।
ଆହୁରି ପଢ଼ନ୍ତୁ:Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର
ଭଦ୍ରକ ସହରର ଏହି ରାସ୍ତା ନୂଆ ରୂପରେ ଝଟକିବ
ସେ ସାରା ଭାରତ ବର୍ଷରେ ରାସ୍ତାର ବିକାଶ କରୁଥିଲେ। ଏ ଦେଶକୁ ଆଗକୁ ନେବା ପାଇଁ ଆମର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହରହ ଚିନ୍ତା କରୁଛନ୍ତି। ମୋଦୀ ଓ ମୋହନଙ୍କ ସରକାରରେ ଭଦ୍ରକ ଜିଲ୍ଲାରେ ଆଗକୁ ବହୁ ବିକାଶ ହେବ। ଭଦ୍ରକ ସହରର ଏହି ରାସ୍ତା ନୂଆ ରୂପରେ ଝଟକିବ। ଭଦ୍ରକ ରେଳ ଷ୍ଟେସନର ମଧ୍ୟ ବିକାଶ ହେବ।
ଭଦ୍ରକ ସହରର ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବ। ଭଦ୍ରକ ଜିଲ୍ଲାକୁ ସବୁ କ୍ଷେତ୍ରରେ ଆଗକୁ ନେବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିଛି। ଭଦ୍ରକ ଜିଲ୍ଲାର ବିକାଶ ବହୁ ଆଗକୁ ଯିବ। ଭଦ୍ରକରେ ମେଡ଼ିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ। ଆଗାମୀ ଦିନରେ ଭଦ୍ରକ ଏକ ବିକଶିତ ଜିଲ୍ଲା ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଭଦ୍ରକର ଲାଇଫ୍ ଲାଇନ୍
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା , ଯୁବ ବ୍ୟାପାର, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ବକ୍ତବ୍ୟରେ କହିଲେ, ଭଦ୍ରକର ଲାଇଫ୍ ଲାଇନ୍ ବୋଲି ଯାହାକୁ କୁହାଯାଉଥିଲା। ଏହି ରାସ୍ତା ଆଗାମୀ କିଛି ଦିନ ଭିତରେ ନୂଆ ରୂପ ନେବ। ଏହି ରାସ୍ତା ର ନବ କଳେବର ପାଇଁ ୧୭ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭଦ୍ରକ ସହରକୁ ସୁନ୍ଦର କରିବାର ଏହା ହେଉଛି ପ୍ରାଥମିକ ପ୍ରୟାସ। ପୂର୍ବ ସରକାର ବେଳେ ଭଦ୍ରକ ଅମୃତ ସହର ଭାବରେ ମାନ୍ୟତା ପାଇଥିଲା।
ପ୍ରକୃତରେ ଏ ସହର ଅମୃତ ସହର ହୋଇଥିଲା କି ବିଷ ବଳୟରେ ସହର ଥିଲା ତାହା ଆପଣମାନେ କହିବେ। ଆମ ସରକାର ଆସିବା ପରେ ଭଦ୍ରକ ଜିଲ୍ଲାର ବିକାଶ କଥା ଚିନ୍ତା କରାଯିଛି। ଆଜିଠାରୁ ଭଦ୍ରକ ସହରର ଏହି ପ୍ରମୁଖ ରାସ୍ତାର ନାମ "ଅଟଳ ମାର୍ଗ" ନାମରେ ନାମିତ ହୋଇଛି। ଏହି ରାସ୍ତାକୁ ନେଇ ଆଗାମୀ ଦିନରେ ଭଦ୍ରକ ସହରକୁ ନୂଆ ରୂପ ରେ ଗଢ଼ାଜିବା ପାଇଁ ଉଦ୍ୟମ ଆରମ୍ଭ ହୋଉଛି। ଆପଣମାନଙ୍କର ସହ ଯୋଗ ରହିଲେ ଭଦ୍ରକର ବିକାଶ ଆହୁରି ଆଗକୁ ଯିବ।
ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଭଦ୍ରକ ବିଧାୟକ ସୀତାଶୁ ଶେଖର ମହାପାତ୍ର ଯୋଗଦେଇ କହିଲେ, ଭଦ୍ରକ ସହରକୁ ଯେଉଁ ମାନେ ବିକାଶ କରିବେ ବୋଲି କହି ଉଚ୍ଛେଦ ପ୍ରକ୍ରିୟାକୁ ଅଧାରେ ଛାଡ଼ି ଦେଇଥିଲେ। ଆଜି ଆମ ସରକାର ଯାହା କଥା ଦେଇଥିଲା। ନିର୍ବାଚନ ପରେ ପ୍ରଥମେ ସହରରୁ ଜବର ଦାଖଲ ଉଚ୍ଛେଦ କରାଯାଇଚି।
ଯେଉଁ ଦୋକାନୀ ଭାଇମାନଙ୍କର ଦୋକାନ ଉଚ୍ଛେଦ ହୋଉଛି। ସେମାନଙ୍କୁ ଆଜି ଦିନରେ ପ୍ରତିଶ୍ରୁତି ଦେଉଚି , ଭଦ୍ରକ ପୁରୁଣା ବସ୍ ଷ୍ଟାଣ୍ଡ ଜମିରେ ଦୋକାନ ଘର କରାଯାଇ ସମସ୍ତଙ୍କୁ ଥଇଥାନ କରାଯିବା। ସେହିପରି ଚରମ୍ପା ରାସ୍ତା ରୁ ଉଚ୍ଛେଦ ହୋଇଥିବା ଦୋକାନୀ ମାନଙ୍କୁ ଚରମ୍ପା ଠାରେ ଥିବା ବସ୍ ଷ୍ଟାଣ୍ଡ ଜମିରେ ଦୋକାନ ଘର କରାଯାଇ ଥଇଥାନ କରାଯିବ। ଭଦ୍ରକ ସହରର ମୁଖ୍ୟ ରସ୍ଥାର ବିକାଶ ହେବ। ସହରକୁ ସରସ ସୁନ୍ଦର କରାଯିବ। ଆଗାମୀ ଦିନରେ ଭଦ୍ରକ ଦେଖିବା ବିକାଶର ନୂଆ ରୂପ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଛନ୍ତି।
ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ
ଏହି କାର୍ଯ୍ୟକ୍ରମର ଭଦ୍ରକ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଉଥିବା ବେଳେ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/30/foundation-stone-laid-for-bhadrak-citys-main-road-atal-marg-2025-12-30-22-07-06.jpg)