କଟକ: ଏସିଆନ ବଧିର କ୍ରିକେଟ୍‌ ସଂଘ (ଏଡିସିଏ), ଭାରତୀୟ ବଧିର କ୍ରିକେଟ୍‌ ସଂଘ (ଆଇଡିସିଏ) ଓ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ମିଳିତ ଆନୁକୂଲ୍ୟରେ ବଧିର ଏସିଆ କପ୍‌ କ୍ରିକେଟ୍‌ ପ୍ରତି‌ଯୋଗିତାର ପ୍ରଥମ ସଂସ୍କରଣ ଗୁରୁବାର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶ୍ରୀଲଙ୍କା ୧୮.୪ ଓଭରରେ ୧୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ହସିଥା ପ୍ରସନ୍ନ ୨୮, ଉଦୟ ଲକମଲ ୨୫ ଓ ରଜିଥା ଆଶଙ୍କା ୨୦ ରନ କରିଥିଲେ।

Advertisment

ଭାରତ ପକ୍ଷରୁ ପ୍ରନୀଲ ମୋରେ ୩ ଏବଂ ହିଲାଲ ୱାନି ଓ ଓଡ଼ିଆ ପୁଅ ଶିବୁନ ନନ୍ଦ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୧୮.୪ ଓଭରରେ ୬ ଓ୍ବିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ପକ୍ଷରୁ ସାଇ ଆକାଶ ୩୫, ସନ୍ତୋଷ କେ.‌ଏମ୍‌. ୨୮ ଓ ହିଲାନ ୱାନି ୨୩ ରନ୍‌ ‌କରିଥିଲେ। ସାଇ ଆକାଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: Demand: ଟ୍ରମା କେୟାର ଫେଶିଲିଟି ହସ୍ପିଟାଲରୁ ପିପିପି ମୋଡ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଦାବି

ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଜିନ୍ଦଲ ଷ୍ଟିଲ୍‌ର ଉପସଭାପତି ଋଷି ପଠାନିଆ, ଏଡିସିଏ ସଭାପତି ସୁମିତ ଜୈନ, ଜିନ୍ଦଲ ସିଏସ୍ଆର୍‌ ମୁଖ୍ୟ ଜୟନ୍ତ କୁମାର ମହାନ୍ତି, ଟାଟା ମୋଟର୍ସର ଶୈଳେଶ ରାୟ, ହିରୋ ମୋଟର୍ସର କୁନାଲ ଗୁପ୍ତା, ଆସ୍ତା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟର ସଂପାଦକ ବଙ୍କିମ ମହାନ୍ତି, ଆଇଡିସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ରୋମା ବଲୱାନୀ, ଓଡ଼ିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଶର୍ମିଳା ସୁବ୍ରମଣ୍ୟମ୍‌ ପ୍ରମୁଖ ଉପସ୍ଥିତ ଥିଲେ।