ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ବିଶ୍ବକପ୍-୨୦୨୬ର ତୃତୀୟ ମ୍ୟାଚ୍ରେ ଶନିବାର ଆମେରିକାକୁ ଭାରତ ୨୯ ରନ୍ରେ ପରାସ୍ତ କରିଛି। ଭାରତ ଏହି ମୁକାବିଲାରେ ଆମେରିକାକୁ ବିଜୟ ପାଇଁ ୧୬୨ ରନ୍ର ଲକ୍ଷ୍ୟ ଦେଇଥିଲା। ଟାର୍ଗେଟ ପଛରେ ଧାଇଁ ଆମେରିକା ୮ଟି ୱିକେଟ୍ରେ ୧୩୨ ରନ୍ କରିଥିଲା।
ଏହି ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜ ଦମଦାର ପ୍ରଦର୍ଶନ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆଗଧାଡ଼ିର ଖେଳାଳିମାନେ ଶସ୍ତାରେ ଆଉଟ୍ ହେଲା ପରେ ସେ ଧୈର୍ଯ୍ୟ ଧରି ଖେଳିଥିଲେ। ସେ ୪୯ଟି ବଲ୍ ଖେଳି ଅପରାଜିତ ୮୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୧୦ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଭାରତୀୟ ବୋଲର ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ଅକ୍ଷର ପଟେ ଓ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
Follow Us