ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଚାପ ସମ୍ଭାଳିବାର କ୍ଷମତା ଭାରତର ନାହିଁ: ଗମ୍ଭୀର

Advertisment
ଧୋନିଙ୍କୁ ଗମ୍ଭୀରଙ୍କ ସମାଲୋଚନା; ସାମ୍‌ସନ୍‌ଙ୍କୁ ପ୍ରଶଂସା

Amar Ujala

ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ମାନସିକ ଦୃଢ଼ତାରେ ଦୁର୍ବଳ ହୋଇପଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଚାପ ସମ୍ଭାଳିବାରେ ଭାରତ ଅସମର୍ଥ। ସେମାନେ ନିଜକୁ ପ୍ରମାଣିତ ନକରିପାରିବା ପର୍ଯ୍ୟନ୍ତ ସେମାନଙ୍କୁ ବିଶ୍ବବିଜେତା ଭାବେ ଗଣାଯାଇପାରିବନି। ଏଭଳି ମନ୍ତବ୍ୟ ରଖିଛନ୍ତି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀର। ଭାରତ ଦୁଇ ଥର (୧୯୮୩ ଓ ୨୦୧୧) ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଛି। ହେଲେ ୪ ସଂସ୍କରଣ (ଗତ ଦୁଇ ବିଶ୍ବକପ୍‌ ୨୦୧୫ ଓ ୨୦୧୯କୁ ମିଶାଇ) ଧରି ସେମିଫାଇନାଲ୍‌ ପର୍ଯ୍ୟାୟରୁ ବିଦାୟ ନେଉଛି। ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୨୦୦୭ ଉଦ୍‌ଘାଟନୀ ସଂସ୍କରଣକୁ ଜିତିବା ପରଠାରୁ ଆଉ ବିଜେତା ହୋଇପାରୁନି। ଏହାପରେ କେବଳ ୨୦୧୪ରେ ସେମିଫାଇନାଲ୍‌ ପହଞ୍ଚିପାରିଥିଲା। ତେଣୁ ଗୁରୁତ୍ବପୂର୍ଣ୍ଣ ସମୟରେ ଚାପକୁ ସମ୍ଭାଳିବାର କ୍ଷମତା ଦଳ ନିକଟରେ ନାହିଁ ବୋଲି କହିଛନ୍ତି ଗମ୍ଭୀର। ବରଂ ଅନ୍ୟ ଦଳମାନେ ଚାପକୁ ସମ୍ଭାଳିବାର ସାମର୍ଥ୍ୟ ରଖୁଛନ୍ତି ବୋଲି ସେ କହିଛନ୍ତି।

୨୦୧୧ ବିଶ୍ବ ବିଜେତା ଦଳର ସଦସ୍ୟ ଥିବା ଗମ୍ଭୀର କହିଛନ୍ତି, ବିଶ୍ବ ବିଜେତା ହେବାର ସାମର୍ଥ୍ୟ ଆମର ଥିଲା। ହେଲେ ଏବର ସମୟ‌ରେ ତୁମେ ଯଦି କ୍ରିକେଟ୍‌ ପଡ଼ିଆକୁ ନଯାଇ ତାକୁ ପ୍ରମାଣିତ କରିନପାର ତାହାଲେ ତୁମକୁ ବିଶ୍ବବିଜେତା କୁହାଯାଇପାରିବନି। ଦ୍ବିପାକ୍ଷିକ ହେଉ ବା ଲିଗ୍‌ ପର୍ଯ୍ୟାୟରେ ତୁମେ କିଛି ତ୍ରୁଟି କରିବାର ସୁଯୋଗ ଥାଏ। କିନ୍ତୁ ନକ୍‌ଆଉଟ୍‌କୁ ଆସିଲେ ତୁମ ପାଖରେ ସେଭଳି ସୁଯୋଗ ରହିବା କଥା ନୁହେଁ। କାରଣ ସେହି ପର୍ଯ୍ୟାୟରେ ତ୍ରୁଟି କଲେ ଘରକୁ ବିଦା ହେବାକୁ ପଡ଼େ। ଏହା ଯେମିତି ଭୁଲିଯିବା ଉଚିତ ନୁହେଁ। ତେଣୁ ତୁମକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଚାପ ସମ୍ଭାଳିବାର ସାମର୍ଥ୍ୟ ରଖିବା ନିହାତି ଦରକାର ବୋଲି କହିଛନ୍ତି ୩୮ ବର୍ଷ ବୟସ୍କ ଗମ୍ଭୀର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe