ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ବିରାଟ୍; ଟିମ୍-ଇଣ୍ଡିଆ ଲାଗି କର ଅବା ମର ପରିସ୍ଥିତି

ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ବିରାଟ୍; ଟିମ୍-ଇଣ୍ଡିଆ ଲାଗି କର ଅବା ମର ପରିସ୍ଥିତି

BCCI

ଅକଲାଣ୍ଡ୍‌: ପ୍ରଥମ ଦିନିକିଆରେ ନିଜ ଦୁର୍ବଳତାକୁ ପଦାରେ ପକାଇଥିବା ଭାରତ ଆଜି ଅକଲାଣ୍ଡର ଇଡେନ୍ ପାର୍କରେ ଚାଲିଥିବା ଦ୍ବିତୀୟ ଦିନିକିଆରେ ‘କର ବା ମର’ ସ୍ଥିତିରେ ରହିଛି। ଏପରି ସ୍ଥିତିରେ ଅଧିନାୟକ ବିରାଟ କୋହଲି ଟସ୍ ଜିତି  ପ୍ରଥମେ ବୋଲିଂ ନିଷ୍ପତ୍ତି କରିଛନ୍ତି। ମାର୍ଟିନ ଗପ୍ଟିଲ୍‌ ଓ ହେନରି ନିକଲ୍ସ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭ କରିଥିବା ବେଳେ ଶାର୍ଦୁଲ ଠାକୁର ଭାରତର ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ପ୍ରଥମ ୧୨ ଓଭର ସୁଦ୍ଧା କୌଣସି ଉଇକେଟ୍ ନ ହରାଇ ନ୍ୟୁଜିଲାଣ୍ଡ  ୬୮ ରନ୍ କରିଥିଲା। ଏହାପରେ ଦଳର ରନ୍ ୯୩ ହୋଇଥିବା ବେଳେ ଭାରତୀୟ ବୋଲରଙ୍କୁ ପ୍ରଥମ ସଫଳତା ମିଳିଥିଲା। ୟୁଜବେନ୍ଦ୍ର ଚହଲ ହେନରି ନିକଲ୍ସଙ୍କୁ ଏଲବି କରି ପାଭଲିଅନ୍ ପଠାଇଥିଲେ।

ଏହି ମ୍ୟାଚ୍‌ ହାରିଗଲେ ଶୃଙ୍ଖଳା ପରାଜୟ ବି ଲଭିବ କୋହଲି ବାହିନୀ। ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିଥିବା ଭାରତ କିନ୍ତୁ ଏହାକୁ ଦିନିକିଆରେ ଦୋହରାଇବା ସମ୍ଭାବନା ନାହିଁ। ବୁଧବାର ସେଡନ୍ ପାର୍କରେ ନ୍ୟୁଜିଲାଣ୍ଡ୍‌ ଦିନିକିଆ ଇତିହାସରେ ସବୁଠାରୁ ସର୍ବୋଚ୍ଚ ପଶ୍ଚାତଧାବନ (୩୪୭) ବିଜୟ ହାସଲ କରିଥିବାରୁ ଆତ୍ମବିଶ୍ବାସକୁ ମଧ୍ୟ ବଢ଼ାଇଛି।

publive-image

ଶନିବାର ଇଡେନ୍‌ ପାର୍କରେ ଭାରତ  ଦ୍ବିତୀୟରେ  ବ୍ୟାଟିଂ କରୁଥିବା ହେତୁ ଦଳ ନିଶ୍ଚିତ ଫାଇଦାରେ ରହିବ। ନିକଟ ଅତୀତରେ ଭାରତ ଯେଉଁ ୩ଟି ଦିନିକିଆ ହାରିଛି ସେସବୁରେ ଭାରତୀୟ ବୋଲରମାନେ ମଝିଓଭର ଗୁଡିକରେ ୱିକେଟ୍ ନେଇ ପାରିନଥିଲେ। ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍‌ଠୁ, ମୁମ୍ବାଇରେ ଅଷ୍ଟ୍ରେଲିଆଠାରୁ ହାରିଥିବା ଭାରତ ଏବେ ହାମିଲଟନ୍‌ ପରାଜୟ ପରେ ଦୁର୍ବଳତାର ଆତ୍ମଚିନ୍ତନ କରିଛି। କୋହଲିଙ୍କୁ ୱିକେଟ୍ ଆବଶ୍ୟକ ପଡୁଥିବା ବେଳେ ପ୍ରତି ଥର ସେ ବୁମରାଙ୍କ ନିକଟକୁ ଯାଇଥାନ୍ତି। ଏଭଳି ମାତ୍ରାଧିକ ନିର୍ଭରଶୀଳତା ଦଳ ପାଇଁ ଏକ ସମସ୍ୟା ହୋଇଥିବାରୁ ଖେଳାଳିଙ୍କ ସମନ୍ବୟ ନେଇ ବିଚାର କରାଯିବାର ବେଳ ଆସିଛି। ଭାରତୀୟଙ୍କ କ୍ଷେତ୍ରରକ୍ଷଣ ବି ନଜରରେ ରହିଛି। ଚେନ୍ନାଇ, ମୁମ୍ବାଇ ଏବଂ ହାମିଲଟନ୍‌ ପରାଜୟ ବେଳେ ବ୍ୟକ୍ତିଗତ ଉତ୍କର୍ଷ ରହିଥିଲେ ମଧ୍ୟ କ୍ଷେତ୍ରରକ୍ଷଣ ହିଁ ଦଳକୁ ହରାଇ ଦେଇଥିଲା। ବାଂଲାଦେଶ ବିପକ୍ଷ ଶୃଙ୍ଖଳାଠାରୁ ଦଳର କ୍ଷେତ୍ରରକ୍ଷଣ ସ୍ତର ନିମ୍ନମୁଖା ହୋଇଛି।

ଭାରତୀୟ ଦଳ (ସମ୍ଭାବ୍ୟ ୧୧): ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟରକ୍ଷକ), କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ନଭଦୀପ ସୈନି,ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍ ବୁମରା।

ନ୍ୟୁଜିଲାଣ୍ଡ୍‌ ଦଳ (ସମ୍ଭାବ୍ୟ ୧୧): ମାର୍ଟିନ ଗପ୍ଟିଲ୍‌, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍‌, ରସ୍ ଟେଲର୍‌, ଟମ୍ ଲଥାମ୍ (ଅଧିନାୟକ, ୱିକେଟରକ୍ଷକ), କଲିନ୍ ଗ୍ରାଣ୍ଡ୍‌ହୋମ୍‌, ଜିମ୍ମି ନିସାମ, ମିଚେଲ୍‌ ସାଣ୍ଟନର୍‌, କାଏଲ୍ ଜାମିସନ୍, ହାମିସ୍ ବେନେଟ୍‌, ଟିମ୍ ସାଉଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe