୨ୟ ଦିନିକିଆ: ଜୋଏ ରୁଟ୍‌ଙ୍କ ଶତକ, ଭାରତକୁ ୩୨୩ ରନ୍‌ ଟାଗେର୍ଟ ଦେଲା ଇଂଲଣ୍ଡ

Advertisment

କୁଲଦୀପ ଯାଦବଙ୍କୁ ୩ ଓ୍ଵିକେଟ୍‌

କୁଲଦୀପ ଯାଦବଙ୍କୁ ୩ ଓ୍ଵିକେଟ୍‌

୨ୟ ଦିନିକିଆ: ଜୋଏ ରୁଟ୍‌ଙ୍କ ଶତକ, ଭାରତକୁ ୩୨୩ ରନ୍‌ ଟାଗେର୍ଟ ଦେଲା ଇଂଲଣ୍ଡ

ଲଣ୍ଡନ: ଜୋଏ ରୁଟଙ୍କ ଅପରାଜିତ ଶତକ(୧୧୩ ରନ୍‌, ୧୧୬ ବଲ୍‌, ୮ ଚୌପା, ୧ ଛକା), ଡେଭିଡ ୱେଲି(୫୦ ରନ୍‌, ୩୧ ବଲ, ୫ ଚୌକା, ୧ ଛକା) ଓ ଇଅନ ମୋର୍ଗାନ(୫୩ ରନ୍‌, ୫୧ ବଲ୍‌, ୪ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୩୨୩ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନ୍‌ର ଜସନ୍‌ ରାୟ ଓ ଜନି ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୦.୨ ଓଭରରେ ୬୯ ରନ୍‌ ଯୋଡ଼ିଥିଲେ। ବେୟାରଷ୍ଟୋ ୩୧ଟି ବଲ ଖେଳି ୩୮ ରନ୍‌ ସଂଗ୍ରହ କରିବା ପରେ ଭାରତର କୁଲଦୀପ ଯାଦବଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ। ସ୍କୋର ୮୬ ରନ୍‌ ଥିବା ବେଳେ ଇଂଲଣ୍ଡ ଜସନ୍‌ ରାୟ(୪୦ ରନ୍‌)ଙ୍କୁ ହରାଇ ଥିଲା। ସେ କୁଲଦୀପ ଯାଦବଙ୍କ ବଲ୍‌ ଉମେଶ ଯାଦବଙ୍କୁ ଦେଇ ପାଭଲିଅନ୍‌ ଫେରିଥିଲେ। ତୃତୀୟ ଓ୍ଵିକେଟ୍‌ ପାଇଁ ଜୋଏ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ ଶତକୀୟ ଭାଗିଦାରୀ(୧୦୩ ରନ୍‌) ହୋଇ ପାରିଥିଲେ। ମୋର୍ଗାନ ଅର୍ଦ୍ଧଶତକ(୫୩ ରନ୍‌) ଯୋଡ଼ିବା ପରେ କୁଲଦୀପ ଯାଦବଙ୍କ ବଲ ଶିଖର ଧାଓ୍ଵନ୍‌ଙ୍କୁ କ୍ୟାଚ ଦେଇଥିଲେ।

ଇଂଲଣ୍ଡ ୨୦୩ ରନ୍‌ରେ ବେନ୍‌ ଷ୍ଟୋକଙ୍କୁ, ୨୧୪ ରନ୍‌ରେ ଜୋସ୍‌ ବଟଲର, ୨୩୯ ରନ୍‌ରେ ମୋଇନ୍‌ ଅଲ୍ଲୀଙ୍କୁ ହରାଇଥିଲା। ଷ୍ଟୋକ୍‌ ୮ଟି ବଲ ଖେଲି ୫ ରନ୍‌ ଯୋଡ଼ିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ବଟଲର୍‌ ୪ ରନ୍‌ କରି ଉମେଶ ଯାଦବଙ୍କ ବଳ ଧୋନିଙ୍କୁ କ୍ୟାଚ ଦେଇ ପାଭଲିଅନ୍‌ ଫେରିଥିବା ବେଳେ ମୋଇନ ଅଲ୍ଲୀ ୧୩ ରନ୍‌ ଯୋଡ଼ିବା ପରେ ୟୁଜବେନ୍ଦ୍ର ଚହଲଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe