ନୂଆଦିଲ୍ଲୀ: କରୋନା ମହାମାରୀ ପରେ ପରବର୍ତୀ ଶୃଙ୍ଖଳା ଖେଳିବା ଲାଗି ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହା ପରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିବ। ଶନିବାର ବିସିସିଆଇର ହୋଇଥିବା ଅନ୍ଲାଇନ୍ ବୈଠକରେ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ସହ ଏହି ଦୁଇ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଜୈବ ସୁରକ୍ଷିତ ବଳୟ ସହ ୩-୪ଟି ସ୍ଥାନରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆୟୋଜନ ହେବ। ଏହା ମଧ୍ୟରେ ଦୁଇଟି ଦିବାରାତ୍ର ଖେଳାଯିବ। ବିସିସିଆଇ ଏହି ଦୁଇ ଗୋଲାପି ବଲ୍ ଟେଷ୍ଟ୍ ଅହମ୍ମଦାବାଦ ଓ କୋଲ୍କାତାରେ ଆୟୋଜନର ସମ୍ଭାବନା ଅଧିକ ରହିଛି ବୋଲି ସୂଚନା ମିଳିଛି।
ଅହମ୍ମଦାବାଦ, କୋଲ୍କାତାରେ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ୍
Advertisment
Follow Us