ଭାରତ-ଇଂଲଣ୍ଡ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଦୀପକ ଚହରଙ୍କୁ ଡେବ୍ୟୁ ସୁଯୋଗ

Advertisment
ଭାରତ-ଇଂଲଣ୍ଡ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଦୀପକ ଚହରଙ୍କୁ ଡେବ୍ୟୁ ସୁଯୋଗ

ବ୍ରିଷ୍ଟଲ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚର ଟି-୨୦ ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ବ୍ରିଷ୍ଟଲ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଓ ଇଂଲଣ୍ଡ ଟିମକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛି। ଟିମ୍‌ ଇଣ୍ଡିଆରେ ୨ଟି ପରିବର୍ତ୍ତନ ଦେଖାଯାଇଛି।

କୁଳଦୀପ ଯାଦବ ଓ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସିଦ୍ଧାର୍ଥ କାଉଲ ଓ ଦୀପକ ଚହରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଦୀପକ ଚହର ଏହି ମ୍ୟାଚ ମାଧ୍ୟମରେ ଡେବ୍ୟୁ କରୁଛନ୍ତି। ଅପରପକ୍ଷେ ଇଂଲଣ୍ଡ ଟିମ ଜୋଏ ରୁଟଙ୍କ ସ୍ଥାନରେ ଅଲରାଉଣ୍ଡର ବେନ ଷ୍ଟୋକସ୍‌ଙ୍କୁ ସାମିଲ କରିଛି।

କ୍ରମାଗତ ଷଷ୍ଠ ଶୃଙ୍ଖଳା ଲକ୍ଷ୍ୟ

ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ଜିତି ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ କ୍ରମାଗତ ଷଷ୍ଠ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି। ଶେଷଥର ପାଇଁ ଭାରତ ୨୦୧୭ ଜୁଲାଇରେ ଏକ ଦ୍ୱିପାକ୍ଷିକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ହାରିଥିଲା। େଓ୍ଵଷ୍ଟଇଣ୍ଡିଜ୍‌ଠୁ ଏହି ଶୃଙ୍ଖଳା ହାରିବା ପରଠୁ ଭାରତ ଆଉ ପଛକୁ ଫେରିନାହିଁ। ଅବଶ୍ୟ ସେହି ଶୃଙ୍ଖଳା ଗୋଟିଏ ମ୍ୟାଚ୍‌ ବିଶିଷ୍ଟ ଥିଲା। କିନ୍ତୁ ଏକାଧିକ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ଶେଷ ଥର ପାଇଁ ୨୦୧୬ ଅଗଷ୍ଟରେ ହାରିଥିଲା। ସଂଯୋଗବଶତଃ ସେହି ଶୃଙ୍ଖଳାର ପ୍ରତିଦ୍ୱନ୍ଦୀ ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍‌ ରହିଥିଲା। ତେବେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏହି ଦୁଇଟି ଶୃଙ୍ଖଳା ପରାଜୟ ମଧ୍ୟରେ ଭାରତ ୨-୧ରେ ଇଂଲଣ୍ଡକୁ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe