IND vs NED: ନେଦରଲାଣ୍ଡ୍‌ସ ଆଗରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Advertisment

ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଟି୨୦ ବିଶ୍ବକପ୍‌-୨୦୨୬ର ୩୬ତମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। 

ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଟି୨୦ ବିଶ୍ବକପ୍‌-୨୦୨୬ର ୩୬ତମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। 

shivam

ଅହମଦାବାଦ: ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଟି୨୦ ବିଶ୍ବକପ୍‌-୨୦୨୬ର ୩୬ତମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୯୩ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍‌ସକୁ ବିଜୟ ପାଇଁ ୧୯୪ ରନ୍‌ର ଲକ୍ଷ୍ୟ ମିଳିଛି।

ଭାରତ ପାଇଁ ଶିଭମ ଦୁବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ସେ ୩୧ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୬ଟି ଛକା ବଳରେ ୬୬ ରନ୍‌ ସଂଗ୍ରହ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ୩୪ ରନ୍‌ ମିଳିଛି। ସୂର୍ଯ୍ୟକୁମାର ୨୮ଟି ବଲ୍‌ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି। 

ଆହୁରି ପଢ଼ନ୍ତୁ: Pakistan Cricket Team: ହେସନ-ଆଗା ଯୁକ୍ତିତର୍କ: ପଦାରେ ପଡ଼ିଲା ପାକିସ୍ତାନ କ୍ୟାପଟେନ୍-କୋଚ୍ କଳି


ସେହିପରି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ୨୧ଟି ବଲ୍‌ରୁ ୩୦ ରନ୍‌ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିଥିବା ବେଳେ ସେ ୩ଟି ଛକା ମାରିଛନ୍ତି। ଯୁବ କ୍ରିକେଟର ତିଲକ ବର୍ମା ୩୧ ରନ୍‌ ସଂଗ୍ରହ କରିଛନ୍ତି। ସେ ୨୭ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଈଶାନ କିଶନ ୭ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ବଳରେ ୧୮ ରନ୍‌ ସଂଗ୍ରହ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe