ଆଡିଲେଡ୍‌ ଟେଷ୍ଟ, ଭାରତକୁ ପ୍ରାରମ୍ଭିକ ସଫଳତା, ଅଷ୍ଟ୍ରେଲିଆ ୫୭/୨

Advertisment
ଆଡିଲେଡ୍‌ ଟେଷ୍ଟ, ଭାରତକୁ ପ୍ରାରମ୍ଭିକ ସଫଳତା, ଅଷ୍ଟ୍ରେଲିଆ ୫୭/୨

ଆଡିଲେଡ୍‌: ଆଡିଲେଡ୍‌ ଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ୨୫୦ ରନ୍‌ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଛି। ଜବାବରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଙ୍ଗସରେ ସଅଳ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ହରାଇଛିି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଅଷ୍ଟ୍ରେଲିଆ ଦୁଇ ଓ୍ଵିକେଟ ବିନିମୟରେ ସଂଗ୍ରହ କରିଛି ୫୭ ରନ୍‌।

publive-image representative image

ଗତକାଲି ଦୁର୍ଭାଗ୍ୟଜନକ ଭାବେ ପୂଜାରା ୧୨୩ ରନ୍‌ ( ୭ଟି ଚୌକା, ୨ଟି ଛକା) କରି କୁମିନ୍ସଙ୍କ ଦ୍ୱାରା ରନ୍‌ ଆଉଟ୍‌ ହେବା ସମୟରେ ଭାରତର ସ୍କୋର ୨୫୦ ଥିଲା। ଆଜି ଏଥିରେ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଭାରତର ଶେଷ ଓ୍ଵିକେଟ ପତନ ଘଟିଥିଳା। ଜବାବରେ ଅଷ୍ଟ୍ରେଲିଆର ବ୍ୟାଟିଂକୁ ପଥମରୁ ଝଟକା ଲାଗିଥିଲା ଇଶାନ୍ତ ଶର୍ମାଙ୍କ ଦ୍ୱାରା। ଖେଳ ଆରମ୍ଭ ତୃତୀୟ ବଲ୍‌ରେ ଇଶାନ୍ତ ଶର୍ମର୍ା ଫିଞ୍ଚଙ୍କୁ ବୋଲ୍ଡ ଆଉଟ୍‌ କରି ଭାରତୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ତେବେ ଫିଞ୍ଚ୍‌ଙ୍କ ଆଉଟ୍‌ ପରେ ଆଷ୍ଟ୍ରଲିଆ ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲା। ମାର୍କସ ହରିସଙ୍କ ସହିତ ଆସି କ୍ରିଜ୍‌ରେ ଯୋଗ ଦେଇତିଲେ ଖଓ୍ଵାଜା। ଖେଳର ୨୧ତମ ଓଭରରେ ଯେତେବେଳେ ଅଷ୍ଟ୍ରେଲିଆର ସ୍କୋର ୪୫ ରନ୍‌ ଥିଲା, ସେତେବେଳେ ରବିଚନ୍ଦ୍ରନ ଅଶ୍ୱିନୀ ହରିସ୍‌ଙ୍କୁ ମୂରଲୀ ବିଜୟଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଆଉ କୌଣସି ଓ୍ଵିକେଟ ହରାଇ ନାହିଁ। କ୍ରିଜ୍‌ରେ ଖଓ୍ଵାଜାଙ୍କ ସହିତ ସନ୍‌ ମାର୍ସ ବ୍ୟାଟିଂ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe