ମହିଳା ଦଳକୁ ହକି ଇଣ୍ଡିଆ ଦେବ ୧୮ ଲକ୍ଷ

Advertisment
ମହିଳା ଦଳକୁ ହକି ଇଣ୍ଡିଆ ଦେବ ୧୮ ଲକ୍ଷ

ନୂଆଦିଲ୍ଲୀ: ଚୀନକୁ ପେନାଲ୍ଟି ସୁଟଆଉଟ୍‌ରେ ପରାସ୍ତ କରି ଏସିଆ କପ୍‌ ହକି ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଥିବା ଭାରତୀୟ ହକି ଦଳର ୧୮ ଜଣ ଯାକ ସଦସ୍ୟଙ୍କୁ ହକି ଇଣ୍ଡିଆ ୧ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ସୋମବାର ହକି ଇଣ୍ଡିଆ ଏହି ଘୋଷଣା କରିଛି। ପ୍ରଶିକ୍ଷକ ହରେନ୍ଦ୍ର ସିଂହ ମଧ୍ୟ ୧ ଲକ୍ଷ ପାଇବେ। ଅନ୍ୟ ସହାୟକ ଅଧିକାରୀମାନେ ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ପକେଟସ୍ଥ କରିବେ। ଭାରତୀୟ ଦଳ ପ୍ରତିଯୋଗିତାରେ ମୋଟ ୨୮ ଗୋଲ୍‌ ଦେବା ସହ ଅପରାଜେୟ ରହି ୧୩ ବର୍ଷ ପରେ ରବିବାର ଏସିଆ କପ୍‌ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe