ଗାବାରେ ଭାରତ ଖେଳିଛି ୬; ହାରିଛି ୫

Advertisment

୩୨ ବର୍ଷ ଭିତରେ ଅଷ୍ଟ୍ରେଲିଆ ଆଦୌ ହାରିନି

୩୨ ବର୍ଷ ଭିତରେ ଅଷ୍ଟ୍ରେଲିଆ ଆଦୌ ହାରିନି

୪ର୍ଥ ଟେଷ୍ଟ୍‍: ବ୍ରିଜ୍‌ବେନ୍‌ ହୋଟେଲ୍‌ ପାଖରୁ କରୋନା ‘ବ୍ରିଟେନ୍ ଷ୍ଟ୍ରେନ୍‌’ ଚିହ୍ନଟ ହେବା ପରେ ‘କ୍ୱାରେଣ୍ଟିନ୍‌’ରେ ଟିମ୍‌ ଇଣ୍ଡିଆ

Image Courtesy of India TV News

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଚତୁର୍ଥ ତଥା ଶେଷ ଟେଷ୍ଟ୍‌। ଏବେ ସ୍ଥିତି ୧-୧ ରହିଥିଲେ ମଧ୍ୟ ଗାବାରେ ଭାରତର ରେକର୍ଡ ଅତି ନିରାଶାଜନକ ରହିଛି। ଏହି ଭେନ୍ୟୁରେ ଭାରତ ମୋଟ ୬ ଟେଷ୍ଟ୍‌ ଖେଳିଥିଲା ବେଳେ ଆଦୌ ବିଜୟ ପାଇନି। ବରଂ ୫ ଟେଷ୍ଟ୍‌ ହାରିଥିଲା ବେଳେ ଗୋଟିଏକୁ ଅମୀମାଂସିତ ରଖିପାରିଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ୨୦୦୩ରେ ଟେଷ୍ଟ୍‌ ଅମୀମାଂସିତ ରଖିପାରିଥିଲା। ଅବଶ୍ୟ ଏହି ଟେଷ୍ଟ୍‌ ଅମୀମାଂସିତ ରହିବା ପାଇଁ ଖରାପ ପାଗ ଓ ଆଲୋକ ଅଭାବ ମୁଖ୍ୟ କାରଣ ଥିଲା। ଏଥର ଯଦି ଗାବାରେ ଭାରତ ଟେଷ୍ଟ୍‌କୁ ଅମୀମାଂସିତ ରଖିପାରିବ ତାହାଲେ ୨୦୧୮-୧୯ରେ ଶୃଙ୍ଖଳା ଜିତିଥିବା ଭିତ୍ତିରେ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିପାରିବ।

ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ତଥା ଘରୋଇ ଅଷ୍ଟ୍ରେଲିଆ ଏଠାରେ ଗତ ୩୨ ବର୍ଷ ଭିତରେ ଗୋଟିଏ ‌ହେଲେ ଟେ‌ଷ୍ଟ୍ ହାରିନି। ଶେଷଥର ପାଇଁ ଏଠାରେ ୧୯୮୮ ମସିହା ନଭେମ୍ବରରେ ଭିଭି ରିଚାର୍ଡସଙ୍କ ନେତୃତ୍ତ୍ବାଧୀନ ୱେଷ୍ଟ୍‌ଇଣ୍ଡିଜ୍‌ ନିକଟରୁ ୯ ୱିକେଟ୍‌ରେ ପରାଜୟବରଣ କରିଥିବା ଅଷ୍ଟ୍ରେଲିଆ ଦଳ ଏହାପରଠାରୁ ୩୦ ଟେଷ୍ଟ୍‌ ଖେଳିଥିଲା ବେଳେ ୨୪ ଜିତିଛି ଏବଂ ୬ ଅମୀମାଂସିତ ରଖିଛି। ୨୪ ବିଜୟ ମଧ୍ୟରୁ ଅଷ୍ଟ୍ରେଲିଆ ମଧ୍ୟ ୮ ଟେଷ୍ଟ୍‌ରେ ପାଳି ବିଜୟ ହାସଲ କରିଛି। ପୁଣି ୩ଟିରେ ୩୦୦ରୁ ଅଧିକ, ୨ଟିରେ ୨୦୦ରୁ ଅଧିକ ଏବଂ ୪ଟିରେ ୧୦୦ରୁ ଅଧିକ ରନ୍‌ ବ୍ୟବଧାନରେ ବାଜି ମାରିଛି। ଗାବା‌ରେ ଏହି ସମୟରେ ମଧ୍ୟ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ୪ଟି ଏବଂ ୯ ୱିକେଟ୍‌ରେ ଗୋଟିଏ ଟେଷ୍ଟ୍‌ ଜିତିଛି। ଫଳରେ ଗାବାରେ ଅଷ୍ଟ୍ରେଲିଆର ରେକର୍ଡ ଚମତ୍କାର ରହିଛି। ମୋଟ ଉପରେ ଏହି ଭେନ୍ୟୁରେ ଘରୋଇ ଦଳ ୬୨ ଟେଷ୍ଟ୍‌ ଖେଳିଥିଲା ବେଳେ ୪୦ ବିଜୟ ପାଇଛି। ୮ ହାରିଥିଲା ବେଳେ ୧୩ ଟେଷ୍ଟ୍‌କୁ ଅମୀମାଂସିତ ରଖିଛି। କେବଳ ଗୋଟିଏ ଟେଷ୍ଟ୍‌ ‘ଟାଇ’ ରହିଥିଲା। ଏହି ଦୃଷ୍ଟିରୁ ଗାବାରେ ଅଷ୍ଟ୍ରେଲିଆ ଦଳର ସାମ୍‌ନା କରିବା ଯେକୌଣସି ଭ୍ରମଣକାରୀ ଦଳ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରମାଣିତ ହୋଇସାରିଛି। ତେଣୁ ଦଶନ୍ଧୀ ଦଶନ୍ଧୀ ଧରି କୌଣସି ବି ଭ୍ରମଣକାରୀ ଦଳ ପାଇଁ ଗାବା ଭେନ୍ୟୁ ଚିନ୍ତାର କାରଣ ପାଲଟିଛି। ସାରା ବିଶ୍ବରେ ଗାବା ଭଳି କେତେକ ହାତଗଣତି ଭେନ୍ୟୁ ରହିଛି ଯେଉଁଠାରେ କି ଦଶନ୍ଧୀ ଦଶନ୍ଧୀ ଧରି ପ୍ରତିଦ୍ବନ୍ଦ୍ବୀଙ୍କ ଉପରେ ଘରୋଇ ଦଳ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଆସିଛି। ସେ ମଧ୍ୟରେ ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ ପାର୍କ (ଦକ୍ଷିଣ ଆଫ୍ରିକା), ଏଜ୍‌ବାଷ୍ଟନ୍‌ (ଇଂଲଣ୍ଡ), କରାଚିର ନ୍ୟାସ୍‌ନାଲ ଷ୍ଟାଡିୟମ୍‌ (ପାକିସ୍ତାନ), ଚଣ୍ଡିଗଡ଼ର ମୋହାଲି (ଭାରତ), ଗଲ୍‌ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ (ଶ୍ରୀଲଙ୍କା) ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe