ବୁସାନ : ଚଳିତ ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ତା’ର ବିଜୟ ଧାରା ଜାରି ରଖି ଗୋଟିଏ ମ୍ୟାଚ୍ ପୂର୍ବରୁ ଫାଇନାଲ୍ ପ୍ରବଶେକୁ ନିଶ୍ଚିତ କରିଛି। ପ୍ରଥମ ୩ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆ, ଚାଇନିଜ୍ ତାଇପେ ଓ ଜାପାନକୁ ହରାଇଥିବା ଭାରତ ଗୁରୁବାର ଇରାନକୁ ୩୩-୨୮ରେ ମାତ୍ ଦେଇଛି। ଭାରତୀୟ ଅଧିନାୟକ ପବନ ସେରୱାତ ୧୬ ପଏଣ୍ଟ କରିଥିଲେ। ଏଥିସହ ଭାରତ ୪ରୁ ୩ ବିଜୟ ସହ ୮ ପଏଣ୍ଟ ପାଇ ୬ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତା ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଛି। ଭାରତ ଶୁକ୍ରବାର ଶେଷ ଲିଗ୍ ମ୍ୟାଚ୍ରେ ହଂକଂକୁ ଭେଟିବ। ୮ ଥର ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ଭାରତ ୭ ଥର ବିଜେତା ହୋଇଛି। କେବଳ ଇରାନ (୨୦୦୩) ଥରେ ବିଜେତା ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us