ଫାଇନାଲ୍‌ରେ ଭାରତ

Advertisment

ଚତୁଃରାଷ୍ଟ୍ରୀୟ ହକି

ଚତୁଃରାଷ୍ଟ୍ରୀୟ ହକି

ଫାଇନାଲ୍‌ରେ ଭାରତ

ହାମିଲଟନ୍‌: ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣ ଭଳି ହାମିଲଟନ୍‌ ଚରଣରେ ମଧ୍ୟ ଭାରତୀୟ ଦଳ ଫାଇନାଲ୍‌ ପ୍ରବେଶ କରିଛି। ତୌରଙ୍ଗା ଚରଣରେ ବେଲ୍‌ଜିୟମ୍‌ଠୁ ଫାଇନାଲ୍‌ରେ ହାରି ଯାଇଥିବା ଭାରତ ହାମିଲଟନ୍‌ ଚରଣରେ ଅପରାଜେୟ ସହ ଫାଇନାଲ୍‌ ପହଞ୍ଚିଛି। ତେବେ ପ୍ରଥମ ଚରଣ ଭଳି ଦ୍ୱିତୀୟ ଚରଣରେ ମଧ୍ୟ ଭାରତ ଓ ବେଲ୍‌ଜିୟମ୍‌ ଫାଇନାଲ୍‌ରେ ଲଢ଼ିବେ। ବେଲ୍‌ଜିୟମ୍‌ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୪-୦ ଗୋଲ୍‌ରେ ପରାସ୍ତ କରିଦେଇଛି। ଆସନ୍ତାକାଲି (ରବିବାର) ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ହାମିଲଟନ୍‌ ଚରଣରେ ଆୟୋଜକ ନ୍ୟୁଜିଲାଣ୍ଡ୍‌କୁ ୩-୨ ଓ ବିଶ୍ୱ ମାନ୍ୟତାର ତୃତୀୟ ତଥା ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲ୍‌ଜିୟମ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ଶନିବାର ତୃତୀୟ ତଥା ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଜାପାନକୁ ୪-୨ ଗୋଲ୍‌ରେ ହରାଇଦେଇଛି। ଭାରତ ପକ୍ଷରୁ ମନ୍‌ଦୀପ୍‌ ସିଂହ ଓ ରମଣଦୀପ୍‌ ସିଂହ ୫୮ ମିନିଟ୍‌ରେ ଲାଗଲାଗ ଦୁଇଟି ଗୋଲ୍‌ କରି ଭାରତ ବିଜୟ ନିଶ୍ଚିତ କରିଦେଇଥିଲେ। ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ରେ ବିବେକ ସାଗର ପ୍ରସାଦ ଏବଂ ୩୦ ମିନିଟ୍‌ରେ ବରୁଣ କୁମାର ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତକୁ ପ୍ରତ୍ୟେକ ଥର ଆଗୁଆ କରିଥିଲେ ମଧ୍ୟ ୧୪ ମିନିଟ୍‌ରେ ସେରେନ୍‌ ଟନକା ଓ ୪୩ ମିନିଟ୍‌ରେ ସୋତା ୟାମାଦା ଗୋଟିଏ ଲେଖାଏଁ ଗୋଲ୍‌ ଶୁଝିଦେଇ ଜାପାନ ସ୍ଥିତି ୨-୨ କରିଦେଇଥିଲେ। ଏହାପରେ ମନ୍‌ଦୀପ୍‌ ଓ ରମଣଦୀପ୍‌ ହିଁ ଭାରତ ବିଜୟର ନାୟକ ବନିଯାଇଥିଲେ। ମ୍ୟାଚ୍‌ରେ ଭାରତ ତିନିଟି ପେନାଲ୍‌ଟି କର୍ନର ପାଇଥିଲା ବେଳେ ଗୋଟିଏକୁ ବରୁଣ କୁମାର ଗୋଲ୍‌ରେ ରୁପାନ୍ତରିତ କରିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe