ବିନା ଦର୍ଶକରେ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା: ଟି-୨୦ ଶୃଙ୍ଖଳାରେ ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି

Advertisment
ବିନା ଦର୍ଶକରେ ଭାରତ-ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା: ଟି-୨୦ ଶୃଙ୍ଖଳାରେ ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି

ଅହମଦାବାଦ ଆସନ୍ତା ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଅହମଦାବାଦରେ ‌ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଦର୍ଶକଙ୍କୁ ଅନୁମତି ମିଳିବନି। ମହାମାରୀ କୋଭିଡ-୧୯ ଯୋଗୁଁ ‌ ଏହି ଶୃଙ୍ଖଳା ବନ୍ଦ ଦ୍ବାରରେ ଖେଳାଯିବ ବୋଲି ଆୟୋଜକ ଗୁଜରାଟ କ୍ରିକେଟ୍‌ ସଂଘ (ଜିସିଏ) ମଙ୍ଗଳବାର କହିଛି। ସମସ୍ତ ଦିନିକିଆ ଅହମଦାବାଦସ୍ଥିତ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ‘‘ଆମେ ୱେଷ୍ଟ୍‌ଇଣ୍ଡିଜ୍‌ର ଭାରତ ଗସ୍ତ ଦିନିକିଆ ଶୃଙ୍ଖଳା ଆୟୋଜନ କରୁଛୁ। ୬ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଭାରତର ୧୦୦୦ତମ ଦିନିକିଆ ହୋଇଥିବାରୁ ଏହା ଐତିହାସିକ ମ୍ୟାଚ୍‌। ବିଶ୍ବର ପ୍ରଥମ ଦଳ ଭାବେ ଭାରତ ଏହି ମାଇଲଖୁଣ୍ଟରେ ପହଞ୍ଚିଛି। ହେଲେ ଏବର ପରିସ୍ଥିତି ଅନୁଯାୟୀ ଆମେ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଲାଗି ଅନୁମତି ଦେବୁନି। ମ୍ୟାଚ୍‌ଗୁଡ଼ିକ ବନ୍ଦ ଦ୍ବାରରେ ଖେଳାଯିବ’’ ବୋଲି ଜିସିଏ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ତେବେ ଦିନିକିଆ ପରେ ଦୁଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା କୋଲ୍‌କାତାରେ ଖେଳିବେ। ଏହି ଶୃଙ୍ଖଳା ଲାଗି ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‌ ପ୍ରବେଶ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe