Photograph: (google)
୧୯୬- କୋଲ୍କାତାରେ ୱେଷ୍ଟଇଣ୍ଡିଜ୍ ଦେଇଥିବା ୧୯୬ ରନ୍ର ବିଜୟ ଲକ୍ଷ୍ୟକୁ ସଫଳତା ସହ ପଶ୍ଚାତ୍ଧାବନ କରିଥିଲା ଭାରତ। ଏହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ତୃତୀୟ ସର୍ବୋଚ୍ଚ ପଶ୍ଚାତ୍ଧାବନ ବିଜୟ। ଭାରତ ଆଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ୨୩୦ ରନ୍ (୨୦୧୬) ଏବଂ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୦୬ ରନ୍ (୨୦୦୭) ରହିଛି।
୧- ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତର ସର୍ବଶ୍ରେଷ୍ଠ ପଶ୍ଚାତ୍ଧାବନ ବିଜୟ। ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ (୨୦୧୪) ୧୭୩ ରନ୍ ବିଜୟ ଥିଲା ସର୍ବଶ୍ରେଷ୍ଠ। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ତୃତୀୟ ବଡ଼ ବିଜୟ।
୯୭*- ଇଣ୍ଡିଜ୍ ବିପକ୍ଷରେ ସଞ୍ଜୁ ସାମ୍ସନ୍ଙ୍କ ୯୭* ରନ୍ର ପାଳି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ବ୍ୟାଟର୍ ଭାବେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍। ତାଙ୍କ ଆଗରେ ସୁରେଶ ରାଇନା (ଦକ୍ଷିଣ ଆଫ୍ରିକା ବିପକ୍ଷ ୧୦୧ ରନ୍, ୨୦୧୦) ରହିଛନ୍ତି। ଏହା ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପଶ୍ଚାତ୍ଧାବନରେ ଭାରତର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍। ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ୮୩* (ଅଷ୍ଟ୍ରେଲିଆ, ୨୦୧୬ ଏବଂ ପାକିସ୍ତାନ ୨୦୨୨)ଙ୍କ ନାମରେ ଥିଲା।
୧୯: ୱେଷ୍ଟଇଣ୍ଡିଜ୍ର ସିମ୍ରନ ହେଟ୍ମାୟର ଚଳିତ ବିଶ୍ବକପ୍ରେ ୧୯ ଛକା ମାରିଛନ୍ତି। ଯାହା ଗୋଟିଏ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସର୍ବାଧିକ। ସେ ପାକିସ୍ତାନର ସାହିବଜାଦା ଫର୍ହାନ୍ (୧୮ ଛକା)ଙ୍କୁ ପଛରେ ପକାଇଛନ୍ତି। ସାହିବଜାଦା ଚଳିତ ପ୍ରତିଯୋଗିତାରେ ଏହି ସଫଳତା ପାଇଥିଲେ।
୬- ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ୬ ଥର (୨୦୦୭, ୨୦୧୪, ୨୦୧୬, ୨୦୨୨, ୨୦୨୪, ୨୦୨୬) ସେମିଫାଇନାଲ୍ ପହଞ୍ଚିଛି। ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟ ଏହି ସଫଳତା ପାଇଛନ୍ତି।
୭୦- ସାମ୍ସନ୍ (୯୭*) ଓ ତିଳକ ବର୍ମା (୨୭)ଙ୍କ ମଧ୍ୟରେ ରନ୍ ବ୍ୟବଧାନ ୭୦। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ଓ ଦ୍ବିତୀୟ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍ ମଧ୍ୟରେ ଭାରତର ସର୍ବାଧିକ ବ୍ୟବଧାନ। ପୂର୍ବରୁ ଭାରତର ଏହି ରେକର୍ଡ ୬୬ ରନ୍ ଥିଲା। ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ୭୯* ଓ ହରଭଜନ ସିଂହ ୧୩ ରନ୍ ମଧ୍ୟରେ ବ୍ୟବଧାନ ୬୬ ଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ଦ୍ବିତୀୟ ସର୍ବାଧିକ ବ୍ୟବଧାନ। ଗତ ସପ୍ତାହରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ହାରି ବ୍ରୁକ୍ ୧୦୦ ଓ ୱିଲ୍ ଜାକ୍ସ ୨୮ ମଧ୍ୟରେ ବ୍ୟବଧାନ ୭୨ ରନ୍ ଶ୍ରେଷ୍ଠ ରହିଛି।
୮- ଇଡେନ୍ ଗାର୍ଡେନ୍ସରେ ଭାରତୀୟ ପୁରୁଷ ଦଳ ଲଗାତାର ୮ ବିଜୟ ପାଇଛି। ୨୦୧୧ରେ ଇଂଲଣ୍ଡ ବିପକ୍ଷଠୁ ଏହି ପଡ଼ିଆରେ ଭାରତର ବିଜୟଧାରା ଜାରି ରହିଛି। ଏହି ଫର୍ମାଟ୍ରେ ଗୋଟିଏ ପଡ଼ିଆରେ ଏହା ଭାରତର ସବୁଠୁ ଲମ୍ବା ବିଜୟଧାରା। ଏହି ୮ ବିଜୟ ଭିତରୁ କେବଳ ଇଣ୍ଡିଜ୍ ବିପକ୍ଷରେ ୫ ରହିଛି।
ଆହୁରି ପଢ଼ନ୍ତୁ: ଶ୍ରୀନିବାସ ହତ୍ୟା ମାମଲା, ହାଇକୋର୍ଟରେ ବଳବତ୍ତର ରହିଲା ଆଜୀବନ କାରାଦଣ୍ଡାଦେଶ
Follow Us