ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳ

ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳ। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୭୯ ରନରେ ପରାସ୍ତ କରି ଏହି ଟ୍ରଫି ହାସଲ କରିଛି।

cri

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳ। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୭୯ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି। ଟି-୨୦ ଫର୍ମାଟରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପ୍ରଥମେ ଖେଳି ୧୯୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡର ପୂରା ଦଳ ୧୧୮ ରନରେ ସୀମିତ ରହି ୭୯ ରନରେ ମ୍ୟାଚ୍ ହାରିଯାଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଯୋଗେନ୍ଦ୍ର ଭଦୋରିଆ ବ୍ୟାଟିଂରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରାଧିକା ପ୍ରସାଦ ବୋଲିଂରେ ୪ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯୋଗେନ୍ଦ୍ର ଭଦୋରିଆ ୪୦ ବଲରେ ୭୩ ରନ୍ ର ଝଡ଼ତୋଫାନପୂର୍ଣ୍ଣ ଇନିଂସରେ ୪ ଚୌକା ଓ ୫ ଛକା ମାରିଥିଲେ। ସେ ୧୮୨.୫୦ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରି ଇଂଲଣ୍ଡର ବୋଲରଙ୍କୁ ବ୍ୟାକ୍ଫୁଟ୍ ରେ ଆଣିଥିଲେ। ବାକି କାମ ରାଧିକା ପ୍ରସାଦ ୩.୨ ଓଭରରେ ମାତ୍ର ୧୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ସେମାନଙ୍କ ବ୍ୟତୀତ ବିକ୍ରାନ୍ତ କେନି ମଧ୍ୟ ୨ଟି ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe