ୱେଷ୍ଟଇଣ୍ଡିଜ ଆଗରେ ୩୦୯ରନର ଟାର୍ଗେଟ ଦେଲା ଭାରତ

Advertisment
ୱେଷ୍ଟଇଣ୍ଡିଜ ଆଗରେ ୩୦୯ରନର ଟାର୍ଗେଟ ଦେଲା ଭାରତ

india today

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତ୍ରିନିଦାଦସ୍ଥିତ ପୋର୍ଟ ଅଫ ସ୍ପେନର କୁଇନ୍ସ ପାର୍କ ଓଭାଲଠାରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଆ ଆଗରେ ଭାରତ ୩୦୯ ରନ୍‌ର ଟାର୍ଗେଟ ରଖିଛି। ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ କ୍ୟାପଟେନ ଶିଖର ଧାୱନ ଓ ସୁବମନ ଗିଲ ଇଂନିସ ଆରମ୍ଭ କରିଥିଲେ। ଶିଖର ଧାୱନ ୯୯ ବଲ ଖେଳି ୧୦ଟି ୪ ଓ ୩ଟି ଛକା ମାରି ୯୭ ରନ୍‌ କରିଥିବାବେଳେ ମୁଟିଙ୍କ ବଲରେ ସମାର ବ୍ରୁକ୍ସଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ।

ସେହିପରି ତାଙ୍କୁ ସାଥ ଦେଇଥିଲେ ସୁବମନ ଗିଲ। ତେବେ ସେ ୬୪ ରନ୍ କରିଥିବାବେଳେ ପୁରାନ ଏକ ବଲ ସିଧା ୱିକେଟକୁ ହିଟ କରିବାରୁ ସେ ରନ ଆଉଟ ହୋଇଥିଲେ। ସେ ୬ଟି ୪ ଓ ୨ଟି ଛକା ମାରିଥିଲେ। ଶ୍ରେୟାସ ଆୟାର ୫୪ ରନ କରିଥିଲେ। ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଚାଲିଥିବାବେଳେ ଦୀପକ ହୁଦା ଓ ଅକ୍ଷର ପଟେଲ ଶେଷ ସମୟ ବେଳକୁ ଭଲ ସାଥ ଦେଇଥିଲେ। ଉଭୟେ ୪୮ ରନର ଭାଗିଦାରୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe