୨ୟ ଦିନିକିଆ: ଭାରତ ଆଗରେ ୨୪୧ ରନ୍‌ର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

Advertisment
୨ୟ ଦିନିକିଆ: ଭାରତ ଆଗରେ ୨୪୧ ରନ୍‌ର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ଆଗରେ ବିଜୟ ପାଇଁ  ୨୪୧ ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ପ୍ରଥୁମ ନିଶଙ୍କା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ତେବେ କୁଶଲ ମେଣ୍ଡିସ ଓ ଅଭିଷ୍କା ଫର୍ନାଣ୍ଡୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ମେଣ୍ଡିସ ୩୦ ଓ ଫର୍ନାଣ୍ଡୋ ୪୦ ରନ କରିଥିଲେ। ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ଯୋଗଦାନ ଦେଇପାରିନଥିଲେ ବି ଦୁନିଥ ଓ୍ବାଲାଲାଙ୍ଗେ ୩୯ ରନ ଓ କାମିଣ୍ଡୁ ମେଣ୍ଡିସ ୪୦ ରନ କରିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୦  ରନ କରିପାରିଥିଲା । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। କୁଳଦୀପ ଯାଦବଙ୍କୁ ୨ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe