ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: କୋହଲି ଆଉଟ, ଭାରତ ୫/୨୦୧

Advertisment
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୨୦୦ ତମ ମ୍ୟାଚରେ ଅର୍ଦ୍ଧଶତକ ଉପହାର ଦେଲେ କୋହଲି

କୋଲକାତା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୯୨) ଆଉଟ ହୋଇ ପାଭଲିୟନ ଫେରିଛନ୍ତି। ନାଥାନ କୁଲଟରଙ୍କ ବଲ ଖେଲିବାକୁ ଯାଇ କୋହଲି ବୋଲ୍ଡ ହୋଇଛନ୍ତି। କୋଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଗୁରୁବାର ମନୀଷ ପାଣ୍ଡେ ୧୩ଟି ବଲ ଖେଳି ଅଷ୍ଟନ ଅଗରଙ୍କ ବଲ ଖେଳିବାକୁ ଯାଇ ବୋଲ୍ଡ ହୋଇ ଥିଲେ। ଅଷ୍ଟ୍ରେଲିଆର ୪ର୍ଥ ଶିକାର ହୋଇଥିଲେ କେଦାର ଯାଧବ(୨୪)। ସେ ୨୪ଟି ଖେଳି ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲଙ୍କୁ କ୍ୟାଚ ଦେଇଥିଲେ। ଅର୍ଦ୍ଧଶତକ ପରେ ଆଜିଙ୍କ୍ୟ ରାହାଣେ(୫୫) ଆଉଟ ହେବା ପରେ ମନୀଷ ପାଣ୍ଡେ(୩) ଆଉଟ ହୋଇ ପାଭଲିୟନକୁ ଫେରି ଯାଇଥିଲେ।

ଭାରତର ପ୍ରଥମ ଓ୍ଵିକେଟ ୧୯ରେ ପଡ଼ିଥିଲା। ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ରୋହିତ ଶର୍ମା (୭) କଲଟରଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୨ୟ ଶିକାରେ ହୋଇଥିଲେ ଆଜିଙ୍କ୍ୟ ରାହାଣେ(୫୫)। ସେ କ୍ୟାରିୟରର ୮୨ତମ ମ୍ୟାଚରେ ୬୨ଟି ବଲ ଖେଲି ୨୦ତମ ଅର୍ଦ୍ଧଶକତ ହାସଲ କରିବା ପରେ କ୍ୟାଟ ରାଇଓ ଓ ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୮ଓଭରରେ ୨୦୧ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନି (୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୪)କ୍ରିଜରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe