ବିଶ୍ବକପ୍ କ୍ରିକେଟ ଅଭିଯାନ ଆରମ୍ଭ କଲା ଭାରତ : ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

Advertisment
ବିଶ୍ବକପ୍ କ୍ରିକେଟ ଅଭିଯାନ ଆରମ୍ଭ କଲା ଭାରତ : ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ସାଉଥମ୍ପଟନ୍: ସାଉଥାମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପ କ୍ରିକେଟର ୮ମ ମ୍ୟାଚରେ  ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟୁଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସିସ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ ।

publive-image

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଦଳରେ ଆଜି  ବିରାଟ କେହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ‌ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ନ୍ଦ୍ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ଖେଳୁଛନ୍ତି।

ଭାରତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବ। ଏହି ସଙ୍କେତ ଅଧିନାୟକ ବିରାଟ କୋହଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ଯଶପ୍ରୀତ ବୁମରା, ହାର୍ଦିକପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକା ଉପରେ ପେସ୍ ଆକ୍ରମଣ କରିବେ। ସେହିପରି ଶିଖର ଧାୱନ ଏବଂ ରୋହିତ ଶର୍ମା ପାଳି ଆରମ୍ଭ କଲା ପରେ କୋହଲି ତୃତୀୟ ଏବଂ ଧୋନି ପଞ୍ଚମରେ ବ୍ୟାଟିଂ କରିବାର ସମ୍ଭାବନା ଅଧିକ। ଭାରତ ଏହି ମ୍ୟାଚ୍ କମଳାରଙ୍ଗର ଜର୍ସିରେ ଖେଳିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe