ଭୁଟାନକୁ ୩-୦ରେ ହରାଇଲା ଭାରତ: ସାଫ୍‌ ବାଳିକା ଫୁଟ୍‌ବଲ୍‌

Advertisment
ମା’ ଭୈରବୀ କପ୍‌ ଫୁଟବଲ ସେମିରେ ସଂଘର୍ଷ କ୍ଲବ୍‌

ଢାକା: ପ୍ରଥମ ଥର ଲାଗି ଆୟୋଜିତ ୧୫ ବର୍ଷରୁ କମ୍‌ ସାଫ୍‌ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବାଂଲାଦେଶ ରାଜଧାନୀ ଢାକାର ମହମ୍ମଦ ମୋସ୍ତଫା କମଲ ଷ୍ଟାଡିୟମରେ ରବିବାର ଭାରତ ୩-୦ ଗୋଲ୍‌ରେ ଭୁଟାନକୁ ପରାସ୍ତ କରିଛି। ଚତୁର୍ଥ ମିନିଟ୍‌ରେ କ୍ରିଟିନା ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ପ୍ରିୟଙ୍କା (୧୧ ମିନିଟ୍‌) ଏବଂ ପ୍ରତୀକ୍ଷା (୧୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେବାରୁ ପ୍ରଥମାର୍ଧରେ ଭାରତ ୩-୦ରେ ଆଗୁଆ ହୋଇଯାଇଥିଲା। ଦ୍ୱିତୀୟାର୍ଧରେ କୌଣସି ଗୋଲ୍‌ ହୋଇନଥିଲା। ଭାରତ ଏକପାଖିଆ ବିଜୟ ସହ ୩ ପଏଣ୍ଟ୍‌ ହାସଲ କରିନେଇଥିଲା। ମଙ୍ଗଳବାର ଭାରତ ପରବର୍ତୀ ମ୍ୟାଚ୍‌ରେ ନେପାଳକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe